ଯାଜପୁର: ଯାଜପୁର ଜିଲ୍ଲାର ୨୧ ତମ ଜିଲ୍ଲାପାଳ ଭାବେ ଆଜି ଚକ୍ରବର୍ତ୍ତୀ ସିଂ ରାଠୋର ଦାୟିତ୍ଵ ଗ୍ରହଣ କରିଛନ୍ତି । ସୋମବାର ପୂର୍ବାହ୍ନରେ ମା’ ବିରଜାଙ୍କ ମନ୍ଦିର ବାହାରେ ମା’ଙ୍କୁ ପ୍ରଣାମ କରି ଆଶୀର୍ବାଦ କାମନା କରିଥିଲେ ଶ୍ରୀ ରାଠୋର। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ।
ଶ୍ରୀ ରାଠୋର ଏହା ପୂର୍ବରୁ ବ୍ରହ୍ମପୁର ମୁନିସିପାଲିଟି କର୍ପୋରେସନର କମିସନର ଭାବେ କାର୍ଯ୍ୟରତ ଥିଲେ। ଜିଲ୍ଲାପାଳଙ୍କ ଦାୟିତ୍ଵ ଗ୍ରହଣ ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକଙ୍କ ସହ ଆଇ ଏ ଏସ୍ ପ୍ରୋବେସନର ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳ (କଳିଙ୍ଗ ନଗର) ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାପାଳଭାବେ କାର୍ଯ୍ୟ କରୁଥିବା ରଂଜନ କୁମାର ଦାସଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି।
ଯାଜପୁର ଜିଲ୍ଲାର ୨୧ ତମ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେଲେ ଚକ୍ରବର୍ତ୍ତୀ ସିଂ ରାଠୋର
Advertisment
Follow Us