Rep Image Courtesy of KUTV
ଯାଜପୁର: ରବିବାର ସକାଳ ସାଢ଼େ ନଅଟା ପରେ ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ଚନ୍ଦ୍ରମୁଁ ପଞ୍ଚାୟତରେ ଜଣେ କଲେଜ ଛାତ୍ରୀ ପୋଡ଼ି ହୋଇ ମୃତ୍ୟୁ ବରଣ କରିଛନ୍ତି।
ବରୁଣେଶ୍ୱର କଲେଜରେ ଯୁକ୍ତ ତିନି (କଳା)ରେ ଅଧ୍ୟୟନ କରୁଥିବା ପ୍ରଫୁଲ୍ଲ ମଲ୍ଲିକଙ୍କ କନ୍ୟା ୧୮ ବର୍ଷୀୟ ପୂଜାଶ୍ରୀ ରୋଷେଇ କରୁଥିବାବେଳେ ଗ୍ୟାସ୍ ଲିକ୍ କରିବାରୁ ପୋଡ଼ି ଯାଇ ମରିଛନ୍ତି ବୋଲି ପରିବାର ଲୋକେ କହୁଛନ୍ତି। କିନ୍ତୁ, ପୂଜାଶ୍ରୀଙ୍କ ଶବରୁ କିରୋସିନ ଗନ୍ଧ ଆସୁଥିବାରୁ ଘଟଣା ପଛରେ ଅନ୍ୟ କିଛି ଥିବାର ସନ୍ଦେହ କରାଯାଉଛି।
ଆଜି ସକାଳେ ପୋଡ଼ି ହୋଇ ଅତି ସାଙ୍ଘାତିକ ଅବସ୍ଥାରେ ଥିବା ପୂଜାଶ୍ରୀଙ୍କୁ ଚିକିତ୍ସା ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କୁ ମୃତାବସ୍ଥାରେ ଗ୍ରହଣ କରାଯାଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଏହା ପ୍ରେମ ବ୍ୟାପାର ଜନିତ ଅଘଟଣ ବୋଲି ଲୋକେ କହୁଛନ୍ତି।
Follow Us