ସ୍ବଚ୍ଛ ସର୍ବେକ୍ଷଣରେ ଯାଜପୁର ଜିଲ୍ଲା ପୁରସ୍କୃତ

Advertisment
ସ୍ବଚ୍ଛ ସର୍ବେକ୍ଷଣରେ ଯାଜପୁର ଜିଲ୍ଲା ପୁରସ୍କୃତ

ଯାଜପୁରସଦର: ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଦିବସ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବଚ୍ଛ ସର୍ବେକ୍ଷଣରେ ଯାଜପୁର ଜିଲ୍ଲାକୁ ଶ୍ରେଷ୍ଠ (ଚତୁର୍ଥ ସ୍ଥାନ) ଜିଲ୍ଲା ଭାବରେ ଘୋଷଣା କରିଛନ୍ତି। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ଜିଲ୍ଲାପାଳଙ୍କ  ପ୍ରତିନିଧି ଭାବେ ଏହି ପୁରସ୍କାର ଗ୍ରହଣ କରିଛିନ୍ତି। ସ୍ୱଚ୍ଛ ସର୍ବେକ୍ଷଣ ଗ୍ରାମୀଣ-୨୦୨୨ ଜାତୀୟସ୍ତରୀୟ ମାନ୍ୟତା ଅନୁଯାୟୀ ପୂର୍ବାଞ୍ଚଳ ବର୍ଗରେ ଯାଜପୁର ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିଲା। ସ୍ଵଚ୍ଛ ସର୍ବେକ୍ଷଣ ଗ୍ରାମ ଆଧାରରେ ଏହି ପୁରସ୍କାର ଗ୍ରହଣ କରିଥିଲେ। ୭୦୯ ଟି ଜିଲ୍ଲା ମଧ୍ୟରୁ ଯାଜପୁର ଜାତୀୟସ୍ତରରେ ଚତୁର୍ଥ ଜିଲ୍ଲା ଭାବେ ମାନ୍ୟତା ପାଇଛି।

ଏ ସମ୍ବନ୍ଧରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି  ଯେ ବିଭିନ୍ନ ହିତାଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର ପରାମର୍ଶ ଓ ସମନ୍ୱୟ ଉପରେ ଆମେ ପ୍ରାଥମିକତା ଦେଇଥିଲୁ। ବାସ୍ତବ ଭିତ୍ତିଭୂମି ତଥା ଦୀର୍ଘମିଆଦୀ କାର୍ଯ୍ୟକ୍ଷମର ସ୍ଥିତି ସୁନିଶ୍ଚିତ କରିବାକୁ ଆମେ ପ୍ରାଥମିକତା ଦେଇଥିଲୁ। ଆଚରଣଗତ ପରିବର୍ତ୍ତନ ପାଇଁ ଏକ ପ୍ରୟାସ କରାଯାଇଥିଲା। ପ୍ରଶାସନର ସମନ୍ୱିତ ପ୍ରୟାସ ଓ ଜିଲ୍ଲାବାସୀଙ୍କ ହୃଦୟରୁ ସମର୍ଥନ ଯୋଗୁଁ ଆମେ ଏହି ସଫଳତା ହାସଲ କରିବାରେ ସକ୍ଷମ ହୋଇଛୁ।

ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ସ୍ଵଚ୍ଛ ଭାରତ ମିସନ (ଗ୍ରାମୀଣ) ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ସ୍ୱଚ୍ଛ ସର୍ବେକ୍ଷଣ ଗ୍ରାମ-୨୦୨୨ ଅଥବା ଗ୍ରାମୀଣ ସ୍ୱଚ୍ଛତା ସର୍ଭେ ଅନୁଯାୟୀ ଦେଶର ୭୦୯ ଜିଲ୍ଲାର ୧୭୫୫୯ ଟି ଗାଁକୁ ସାମିଲ କରାଯାଇଥିଲା।  ଏହି ସର୍ଭେ ପାଇଁ ପ୍ରାୟ ୮୭,୩୭୫ ସର୍ବସାଧାରଣ ସ୍ଥାନ ଯେପରିକି ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର, ଜନସ୍ୱାସ୍ଥ୍ୟ କେନ୍ଦ୍ର, ବଜାର ଓ ଧାର୍ମିକ ସ୍ଥାନ ପରିଦର୍ଶନ କରାଯାଇଥିଲା। ଏହି ସଫଳତା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe