ଯାଜପୁର ଜିଲ୍ଲା ଅନ୍ଧାର: ୨୭ ସବ୍‌ଷ୍ଟେସନ୍ ,୪୨୫ ଖୁଣ୍ଟ ଭାଙ୍ଗିଲା

Advertisment
ଯାଜପୁର ଜିଲ୍ଲା ଅନ୍ଧାର: ୨୭ ସବ୍‌ଷ୍ଟେସନ୍ ,୪୨୫ ଖୁଣ୍ଟ ଭାଙ୍ଗିଲା

ଯାଜପୁର/ବ୍ୟାସନଗର : 'ୟାସ୍' ପ୍ରଭାବରେ ସମଗ୍ର ଯାଜପୁର ଜିଲ୍ଲାରେ ବିଦ୍ୟୁତ୍‌ ସରବରାହ ଠପ୍ ହୋଇଯାଇଛି। ଏବେ ସୁଦ୍ଧା ୨୭ଟି ସବ୍‌ଷ୍ଟେସନ୍ ଓ ୪୨୫ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଥିବା ପ୍ରାଥମିକ ଭାବେ ସୂଚନା ମିଳିଛି।

ଜିଲ୍ଲାର ଅନେକ ଅଞ୍ଚଳରେ ଏବେ ବି ୫୦ ରୁ ୬୦ କିମି ବେଗରେ ପବନ ବହିବା ଫଳରେ ବିିଦ୍ୟୁତ୍‌ ସବ୍‌ଷ୍ଟେସନ୍‌ ଓ ଖୁଣ୍ଟ ଉପରେ ଏହାର ପ୍ରଭାବ ପଡ଼ିଛି। ‌‌ତେବେ, ରାତି ସୁଦ୍ଧା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କୋଭିଡ୍‌ ହସ୍ପିଟାଲଗୁଡ଼ିକ ସହିତ ଜିଲ୍ଲା କାର୍ଯ୍ୟାଳୟ ଓ ସହରାଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ନେସ୍କୋ‌ର ଅଧୀକ୍ଷଣ ଯନ୍ତ୍ରୀ ବିଭୁରଞ୍ଜନ ‌ସାହୁ କହିଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ ଯୁଦ୍ଧକାଳୀନଭିତ୍ତିରେ ବିଦ୍ୟୁତ୍‌ ଯୋଗାଣ ପାଇଁ ନିର୍ବାହୀ ଯନ୍ତ୍ରୀ, ଏସ୍‌ଡି‌ଓ, କନିଷ୍ଠ ଯନ୍ତ୍ରୀଙ୍କ ସମେତ ମୋଟ ୪୩ଜଣ ଯନ୍ତ୍ରୀ ଓ ଅଧିକାରୀମାନେ ଲାଗିଛନ୍ତି। ୯ଜଣ କଣ୍ଟ୍ରାକ୍ଟରଙ୍କ ଜରିଆରେ ୭୨୯ଜଣ ଶ୍ରମିକ ଓ କର୍ମଚାରୀ ନିୟୋଜିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe