ଯୋଗାଣ ବିଭାଗରେ କେଳେଙ୍କାରୀ : ‘ଛାୟା ଡିଲର’ ଉଠାଉଛନ୍ତି ପିଡିଏସ୍‌ ସାମଗ୍ରୀ

Advertisment

ଅସଲି ଡିଲର ୧୦ ବର୍ଷ ହେଲା ଦୁବାଇରେ, ଜାଲ ଦସ୍ତଖତରେ ଚାଲିଛି କାରବାର

ଅସଲି ଡିଲର ୧୦ ବର୍ଷ ହେଲା ଦୁବାଇରେ, ଜାଲ ଦସ୍ତଖତରେ ଚାଲିଛି କାରବାର

ଯୋଗାଣ ବିଭାଗରେ କେଳେଙ୍କାରୀ : ‘ଛାୟା ଡିଲର’ ଉଠାଉଛନ୍ତି ପିଡିଏସ୍‌ ସାମଗ୍ରୀ

ଯାଜପୁର : ଯାଜପୁର ଜିଲ୍ଲାର ଯୋଗାଣ ବିଭାଗର କେଳେଙ୍କାରୀ ସମସ୍ତ ଆଇନ୍‌ର ସରହଦ ପାର୍‌ କରିଛି। ସବୁ ନୀତିନିୟମକୁ ଦଳିମକଚି ଯୋଗାଇ ଦିଆଯାଉଛି ପିଡିଏମ୍‌ ସାମଗ୍ରୀ। ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ପଦାକୁ ଆସିଛି। ତଥ୍ୟ ଅନୁଯାୟୀ, ଦୀର୍ଘ ୧୦ ବର୍ଷ ହେଲା ଦୁବାଇରେ ରହୁଥିବା ଜଣେ ଡିଲରଙ୍କ ପାଇଁ ଛାୟା ଡିଲର ଉଠାଉଛନ୍ତି ପିଡିଏମ୍‌ ସାମଗ୍ରୀ। ଜାଲ ଦସ୍ତଖତରେ ସମସ୍ତଙ୍କ ଜାଣନ୍ତରେ ସବୁ କାରବାର ଚାଲିଛି। ଅଥଚ ସମସ୍ତେ ଚୁପ୍‌ ରହୁଛନ୍ତି। ଏମିତିକି ବ୍ଲକ ଯୋଗାଣ ଅଧିକାରୀ ପାଟି ଖୋଲୁନାହାନ୍ତି। ଘଟଣା ପଛରେ କିପ୍ରକାର ଚକ୍ରାନ୍ତ ରହିଛି ତାହା ତଦନ୍ତସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲେରେ ଦାବି ହେଉଛି।

ସୂଚନା ଅନୁଯାୟୀ, ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ କୋଲଣଗିରି ପଞ୍ଚାୟତରେ ୨୫ ବର୍ଷ ହେବ ସୁଶାନ୍ତ କୁମାର ମହାନ୍ତି ରିଟେଲର୍‌ ଭାବେ ପିଡିଏସ୍‌ ସାମଗ୍ରୀ ଦେଣନେଣ କରି ଆସୁଛନ୍ତି। ସୁଶାନ୍ତ ମହାନ୍ତି ୧୦ ବର୍ଷରୁ ଊର୍ଧ୍ୱ ହେବ ଏକ ଘରୋଇ କଂପାନିରେ ଦୁବାଇରେ ଚାକିରି କରି ବିଦେଶ ରହୁଛନ୍ତି। ଦୀର୍ଘ ବର୍ଷ ହେବ ସୁଶାନ୍ତଙ୍କ ନାମକୁ ଜାଲ କରି କଣ୍ଟ୍ରୋଲ ଦୋକାନ ଚାଲିଛି । ପ୍ରତି ମାସରେ ଖାଉଟୀ ଦ୍ରବ୍ୟ ଉଠାଣ , ବଣ୍ଟନ, ବଳକା ପରିମାଣ ସମ୍ବନ୍ଧରେ ମାସିକ ବିବରଣୀରେ ଜାଲ ଦସ୍ତଖତ ଜରିଆରେ ବ୍ଲକ୍‌ କାର୍ଯ୍ୟାଳୟରେ ଦାଖଲ ହେଉଛି! ସୁଶାନ୍ତଙ୍କ ଦସ୍ତଖତକୁ ଜାଲ କରାଯାଇ ବର୍ଷ ବର୍ଷ ଧରି କଂଟ୍ରୋଲ ଦୋକାନ ଚାଲିଛି। ଯୋଗାଣ ବିଭାଗ ଅଧିକାରୀ ଜାଣି ଶୁଣି ଚୁପ୍‌ ବସିଛନ୍ତି କାହିଁକି? ପ୍ରତି ବର୍ଷ ଲାଇସେନ୍‌ସ ନବିକରଣ ସମୟରେ ଯୋଗାଣ ନିରୀକ୍ଷକ କାହା ଠାରୁ ସୁଶାନ୍ତର ଦସ୍ତଖତ ନେଉଛନ୍ତି? ଲାଇସେନ୍‌ସ ନବିକରଣ ପାଇଁ ଉପଜିଲ୍ଲାପାଳଙ୍କୁ କେମିତି ସୁପାରିସ କରାଯାଉଛି? ଇତ୍ୟାଦି ପ୍ରଶ୍ନ ଅଧିକାରୀଙ୍କୁ ହରଡ଼ଘଣାରେ ପକାଇଛି। ଜାଲ ଦସ୍ତଖତରେ କଂଟ୍ରୋଲ ସାମଗ୍ରୀ ଉଠାଣ , ବିବରଣୀ, ମାସିକ ବିବରଣୀ ପ୍ରଦାନ ନବିକରଣ ଆଦି କାର୍ଯ୍ୟ ଅଧିକାରୀଙ୍କ ପ୍ରତ୍ୟେକ୍ଷ ସମର୍ଥନରେ ହେଉଥିବାର ଅଭିଯୋଗ ହେଉଛି।

ଅନ୍ୟ ଏକ ଅଭିଯୋଗ ଅନୁଯାୟୀ କଂଟ୍ରୋଲ ସାମଗ୍ରୀ ବଣ୍ଟନ ବେଳେ କାରେ ଚଳାଉଥିବା ସଂପର୍କୀୟ ଖାଉଟୀଙ୍କୁ ଦୁର୍ବ୍ୟବହାର କରିବାକୁ ମଧ୍ୟ ପଛାଉନାହାନ୍ତି। ଚଢ଼ା ଦର୍‌ରେ ଓ କମ୍‌ ପରିମାଣରେ ଆଜକୁ ଦୀର୍ଘ ଦିନ ହେବ କଂଟ୍ରୋଲ ସାମଗ୍ରୀ ବଣ୍ଟନ କରି ଚାଲିଛନ୍ତିି। ସରକାରଙ୍କ ନିୟମ ଅନୁଯାୟୀ କଂଟ୍ରୋଲ ଦୋକାନ ବିକ୍ରୟ କେନ୍ଦ୍ରକୁ ଅନ୍ୟ କାହାରିକୁ ପରିଚାଳନା କରିବାକୁ ଦିଆଯାଇପାରିବ ନାହିଁ। ଖାଉଟୀମାନଙ୍କ ଠାରୁ ଧାର୍ଯ୍ୟ ମୂଲ୍ୟ ଓ ସଠିକ୍‌ ଓଜନରେ ବଣ୍ଟନ କରିବା ପାଇଁ ନିର୍ଦେଶ ଥିଲେ ମଧ୍ୟ ବ୍ଲକ୍‌ ଯୋଗାଣ ନିରୀକ୍ଷକଙ୍କ ନିରବ କାହିଁକି? ବର୍ଷ ବର୍ଷ ଧରି କେଳେଙ୍କାରୀ ଚାଲିଥିଲେ ମଧ୍ୟ ପ୍ରଶାସନ ଜାଣି ଶୁଣି ଚୁପ୍‌ ରହିବା ଅନ୍ତରାଳେ କଣ ଅଛି? ଏ ସଂପର୍କରେ ଏସିଏସଓ ଦେବଦତ୍ତ ମହାପାତ୍ରଙ୍କୁ ପଚାରିବାରେ ଏହି ଅଭିଯୋଗ ଗତକାଲି ଜାଣିବା ପରେ ତଦନ୍ତ ଆରମ୍ଭ କରିଛନ୍ତି ବୋଲି କହିଛନ୍ତିା ଏଭଳି ବେଆଇନ୍‌ କାରବାର ହେବା କଥା ନୁହେଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ନିଜେ ରିଟେଲର ୍‌ହିଁ ଦସ୍ତଖତ ଠାରୁ ଆରମ୍ଭ କରି ରାସନ ସାମଗ୍ର ନିଜେ ଗ୍ରହଣ କରିବାର ବ୍ୟବସ୍ଥା ରହିଛି। ଏହା କିପରି ଦୀର୍ଘ ବର୍ଷ ହେଲା ଚାଲିଥିଲା! ସେଥି ନେଇ ଶ୍ରୀ ମହାପାତ୍ର ବିସ୍ମୟ ପ୍ରକାଶ କରିଛନ୍ତି। ବଡ଼ଚଣା ମାର୍କେଟିଂ ଇନିସ୍ପେକ୍ଟର ବିଶ୍ୱଜିତ ମିଶ୍ରଙ୍କର ମତାମତ ନେବାକୁ ଚେଷ୍ଟା କରିଥିଲୁ। ସେ ଫୋନ୍‌ ଉଠାଇ ନଥିଲେ। ଏମଆଇ ଶ୍ରୀ ମିଶ୍ର କିପରି ଏହି ବେଆଇନ୍‌ କାରବାରକୁ ବର୍ଷ ବର୍ଷ ଧରି ସ୍ୱୀକୃତି ପ୍ରଦାନ କରିଆସୁଥବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂପର୍କରେ ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ସରପଞ୍ଚ ପୁଅ ଜ୍ଞାନ ରଂଜନ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଏହି ବିବାଦୀୟ ଘଟଣାରେ ସେ ମତାମତ ଦେବାକୁ ଚାହୁ ନାହାଁନ୍ତି। ଏହି ବିବାଦୀୟ ଘଟଣାକୁ ସରକାରୀ କର୍ମଚାରୀ କିପରି ଆଖିବୁଝି ସମର୍ଥନ ଜଣାଇଛନ୍ତି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe