ଯାଜପୁର ଜେଲରେ ଥିବା କଏଦୀଙ୍କୁ କରୋନା, କୋଭିଡ ଚିକିତ୍ସାଳୟକୁ ସ୍ଥାନାନ୍ତର

ଯାଜପୁର ଜେଲରେ ଥିବା କଏଦୀଙ୍କୁ କରୋନା, କୋଭିଡ ଚିକିତ୍ସାଳୟକୁ ସ୍ଥାନାନ୍ତର

ଯାଜପୁର: ଯାଜପୁର ଜିଲ୍ଲାରେ ଦିନକୁ ଦିନ କ‌ରୋନା ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି। ଗତ ୫ ଦିନ ମଧ୍ୟରେ ଜିଲ୍ଲାରେ ୨ଶହ କରୋନା ଆକ୍ରାନ୍ତ ପ୍ରଶାସନକୁ ଚିନ୍ତାରେ ପକାଇଥିବା ବେଳେ ଆଜି ଯାଜପୁର ଜେଲରେ ଥିବା ଜଣେ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହାକି ଜେଲର ଅନ୍ତେବାସୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ଏକ ହତ୍ୟାକାଣ୍ଡ ଘଟଣାରେ ବିଂଝାରପୁର ପୁଲିସ ଜଣେ ଆସାମୀଙ୍କୁ ବିହାରରୁ ଆଣି ବିଂଝାରପୁର ଥାନାରେ ରଖି ପଚରାଉଚରା କରିବା ପରେ ଗତ ୯ ତାରିଖରେ କୋର୍ଟ ଚାଲାଣ କରିଥିଲା। ପରେ କୋର୍ଟରେ ହାଜର ପରେ ଆସାମୀଙ୍କୁ ଯାଜପୁର ଜେଲକୁ ପଠାଇ ଦେଇଥିଲେ। ଯେହେତୁ ଅଭିଯୁକ୍ତଜଣକ ବାହାର ରାଜ୍ୟରୁ ଗିରଫ ହୋଇ ଆସିଥିଲେ ତାଙ୍କର କ‌ରୋନା ପାଇଁ ସ୍ବାବ୍ ସଂଗ୍ରହ କରାଯାଇଥିଲା, ଯାହାକି ପଜିଟିଭ ବୋଲି ଜଣାପଡ଼ିବା ପରେ ଜେଲରେ ଥିବା କଏଦୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।

ଜେଲରଙ୍କ ମତ‌ରେ କରୋନା ପାଇଁ ଜେଲରେ ଦୁଇଟି କ୍ବାରେଣ୍ଟାଇନ ସେଲ କରାଯାଇଛି। ତେବେ ସ୍ଥାନ ଅପେକ୍ଷା କଏଦୀଙ୍କ ସଂଖ୍ୟା ଅଧିକ ଥିବା‌ରୁ ବିଭିନ୍ନ ଘଟଣାରେ ଜେଲକୁ ଯାଉଥିବା କଏଦୀ ଏହି ଠାରେ ରହୁଛନ୍ତି। ତେଣୁ କରୋନା ଚିହ୍ନଟ ଆକ୍ରାନ୍ତ ରହୁଥିବା ସେଲ‌ରେ ଅନ୍ୟ ୧୧ ଜଣ ବିଚାରଧୀନ କଏଦୀ ରହିଥିଲେ। ତେଣୁ ଆକ୍ରାନ୍ତଜଣଙ୍କୁ ଯାଜପୁର ଏନସି କଲେଜସ୍ଥିତ କୋଭିଡ୍ ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି। ‌ତେବେ ଅନ୍ୟ ୧୧ ଜଣ କଏଦୀ ଓ ସେମାନଙ୍କ ଦାୟିତ୍ବରେ ଥିବା କର୍ମଚାରୀମାନଙ୍କ ପରୀକ୍ଷା ହେବ ବୋଲି ଜେଲ ସୁପରି‌ଣ୍ଡେଣ୍ଟ୍ ପ୍ରସନ୍ନ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe