ପୌର ରାଜନୀତିରେ ଯାଜପୁରର ଦବ୍‌ଦବା

କଟକରେ ଶ୍ରୀତମ, ଭୁବନେଶ୍ବରରେ ସୁଲୋଚନା ଓ ମଧୁସ୍ମିତା

ପୌର ରାଜନୀତିରେ ଯାଜପୁରର ଦବ୍‌ଦବା

ଯାଜପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ରାଜ୍ୟ ରାଜନୀତିକୁ ବେଶ୍‌ ସରଗରମ କରିଛି। ଓଡ଼ିଶାର ପୁରାତନ ରାଜଧାନୀ ଯାଜପୁର ଅଧିକାଂଶ ସମୟ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଆସିଛି। ଏବେ ଆରମ୍ଭ ହୋଇଯାଇଥିବା ପୌର ନିର୍ବାଚନ ପ୍ରକ୍ରିୟାରେ ଯାଜପୁରିଆଙ୍କର ଦବ୍‌ଦବା ପୁଣି ଦେଖିବାକୁ ମିଳିଛି। ମେୟର୍‌ ପଦ ନିମନ୍ତେ ପ୍ରାର୍ଥୀ ହୋଇଥିବା ସୁଲୋଚନା ଦାସ, ମଧୁସ୍ମିତା ଆଚାର୍ଯ୍ୟ ଓ ଶ୍ରୀତମ ଦାସଙ୍କ ଘର ହେଉଛି ଏହି ଜିଲ୍ଲା। ଫଳରେ, ଏହା ଏବେ ସାରାଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଭୁବନେଶ୍ବର ମହାନଗର ନିଗମ ପାଇଁ ସମ୍ମାନଜନକ ମେୟର ପଦବି ନିମନ୍ତେ ସୁଲୋଚନା ଦାସ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ଶ୍ରୀମତୀ ଦାସଙ୍କର ଘର ବିଂଝାରପୁର ବ୍ଲକ୍ ଫତେପୁର ପଞ୍ଚାୟତର ନଛିପୁର ଗାଁ। ସେହିପରି କଂଗ୍ରେସରୁ ମେୟର ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ। ଶ୍ରୀମତୀ ଆଚାର୍ଯ୍ୟ ହେଉଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ସ୍ବର୍ଗତ କାଙ୍ଗାଳୀ ଚରଣ ପଣ୍ଡାଙ୍କ ବୋହୂ। ସ୍ବର୍ଗତ ପଣ୍ଡାଙ୍କ ଘର ରସୁଲପୁର ବ୍ଲକ୍ ଗରିପୁର। ସେହିପରି କଟକ ମହାନଗର ନିଗମ ପାଇଁ ବିଜେପିରୁ ମେୟର ପଦବି ନିମନ୍ତେ ଅଭିନେତା ଶ୍ରୀତମ ଦାସ ପ୍ରାର୍ଥୀ ହୋଇଛନ୍ତି। ଶ୍ରୀ ଦାସଙ୍କ ଘର ଦଶରଥପୁର ବ୍ଲକ୍‌ର କଣ୍ଟାବଣିଆ। ଏବେ ପୌର ନିର୍ବାଚନରେ ଯାଜପୁରିଆଙ୍କର ରାଜ୍ୟ ରାଜନୀତିରେ ଦବ୍‌ଦବାକୁ ନେଇ ପୁଣି ଚର୍ଚ୍ଚା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe