ଜଳକା, ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ

Advertisment
ଜଳକା, ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ  ରାଜର ଅଧିକାଂଶ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ପରେ ପ୍ରମୁଖ ନଈରେ ଜଳସ୍ତର ବଢ଼ିବାରେ ଲାଗିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବିପଦ ସଂକେତ ଟପିଛି । ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ମଥାନିଠାରେ ବିପଦ ସଂକେତ ୫.୫ ମିଟର ଥିବାବେଳେ ଆଜି ସକାଳେ ସେଠାରେ  ୬.୦୫ ମିଟରରେ ପ୍ରବାହିତ ହେଉଛି । ସେହିପରି ସୁବର୍ଣ୍ଣରେଖା ନଦୀର ଜାମଶୋଳାଘାଟ ଠାରେ  ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜାମଶୋଳଘାଟ ଠାରେ ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ ୪୯.୧୫ ଫୁଟ୍‌ ଥିବା ବେଳେ ସେଠାରେ ଆଜି ସକାଳେ ୪୯.୨୬ ଫୁଟ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଅପରପକ୍ଷେ ବୈତରଣୀ ନଦୀର ଜଳ ସ୍ତର ସତର୍କ ସୂଚନା ଉପରେ ପ୍ରବାହିତ ହେଉଛି। ଆଖୁଆପଦା ଠାରେ ବୈତରଣୀ ନଦୀର  ସତର୍କ ସୂଚନା ସ୍ତର ୧୭.୩୩ ଥିବା ବେଳେ ବିପଦ ସଙ୍କେତ ସ୍ତର ରହିଛି ୧୭.୮୩ ଫୁଟ୍‌ । ମାତ୍ର ଆଜି ସକାଳେ ସେଠାରେ ୧୭.୪୬ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।

ସେହିପରି ବଂଶଧାରା ଓ ରୁଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଥିବା ଜଣାପଡ଼ିିଛି।

ମଙ୍ଗଳବାର ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୩.୬୯ ଫୁଟରେ ରହିଛି। ଏହି ସମୟରେ ଜଳଭଣ୍ଡାରକୁ ୮୧,୮୯୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୯,୭୪୦ କ୍ୟୁସେକ ଜଳନିଷ୍କାସିତ ହେଉଛି।ଗୋଟିଏ ସ୍ଲୁଇସ୍‌ ଗେଟ୍‌ ଦେଇ ୧୫,୧୫୧ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe