ବିପଦ ସଂକେତ ଉପରେ ଜଳକା

Advertisment
ବିପଦ ସଂକେତ ଉପରେ ଜଳକା

ବାଲେଶ୍ୱର : ବାତ୍ୟା ତିତଲି ପ୍ରଭାବରେ ଲାଗି ରହିଥିବା ଲଗାଣ ବର୍ଷା ଫଳରେ ଜଳକା ନଦୀରେ ବନ୍ୟା ଆସିଛି। ବର୍ତ୍ତମାନ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା। ମଥାନିଠାରେ ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ ହେବାରେ ଲାଗିଛି। ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ ହେବା ସହିତ ବାଲେଶ୍ୱରର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଜଳକା ନଦୀର ବିପଦ ସଂକେତ ୫.୫୦ ରହିଥିବା ବେଳେ ବର୍ତ୍ତମାନ ଏହା ୬.୫୦ ମିଟର ରହିଛି। ବନ୍ୟା ଫଳରେ ବସ୍ତା-ବାଲିଆପାଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ବୈତରଣୀ ସମେତ ଅନ୍ୟ ସମସ୍ତ ଛୋଟ ଛୋଟ ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି।

ବୈତରଣୀରେ ମଧ୍ୟ ଫୁଲିବାରେ ଲାଗିଛି। ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଂକେତ ୧୭.୮୩ ରହିଥିବା ବେଳେ ‌ବର୍ତ୍ତମାନ ଏହା ୧୮.୦୩ ରହିଛି। ବୈତରଣୀରେ ବନ୍ୟା ଫଳରେ ଭଣ୍ଡାରୀପୋଖରୀ ଅଞ୍ଚଳରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe