ପୁରୀ: ଜମ୍ମୁ ଓ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଆଜି ପୁରୀରେ ପହଞ୍ଚିଛନ୍ତି। ସଂଧ୍ୟାରେ ପୁରୀରେ ପହଞ୍ଚିବା ପରେ ସେ ରାତି ପ୍ରାୟ ସାଢ଼େ ୮ଟାରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଶ୍ରୀ ସିହ୍ନା ପୁରୀରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ଭିତରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଆଜି ରାତିରେ ଶ୍ରୀ ସିହ୍ନା ପୁରୀର ଏକ ହୋଟେଲରେ ରହିଛନ୍ତି। ଏହି ଅବସରରେ ପୁରୀ ବିଜେପି ପକ୍ଷରୁ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଞ୍ଜିତା ପାଢ଼ୀ, ଜିଲ୍ଲା ଉପସଭାପତି ଦିଗଦର୍ଶନ ପଟ୍ଟନାୟକ ପ୍ରମୁଖ ଶ୍ରୀ ସିହ୍ନାଙ୍କୁ ଭେଟି ସ୍ବାଗତ ଜଣାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us