ରେଙ୍ଗାଲିରେ ଅଟକିଲା ଜମ୍ମୁ ତାୱି ଏକ୍ସପ୍ରେସ୍‌

ରେଙ୍ଗାଲିରେ ଅଟକିଲା ଜମ୍ମୁ ତାୱି ଏକ୍ସପ୍ରେସ୍‌

ରେଙ୍ଗାଲି : ରେଙ୍ଗାଲି ରେଳ ଷ୍ଟେସନରେ ଶନିବାର ଜମ୍ମୁ ତାୱି ଏକ୍ସପ୍ରେସ୍‌ ଟ୍ରେନକୁ ସ୍ୱାଗତ କରାଯାଇଛି। ଜମ୍ମୁ ତାୱି ଏକ୍ସପ୍ରେସ୍‌ର ରେଙ୍ଗାଲି ଷ୍ଟେସନ୍‌ରେ ରହଣି ନେଇ ବହୁ ଦିନରୁ ଅଞ୍ଚଳବାସୀଙ୍କ ଦାବି ରହିଥିଲା। ଏହି ପରିପ୍ରେକ୍ଷୀରେ ଶନିବାର ଦିନ ରେଙ୍ଗାଲି ଷ୍ଟେସନ୍‌ରେ ପହଞ୍ଚିବା ପରେ ପ୍ରଥମେ ଟ୍ରେନକୁ ପୂଜା କରାଯାଇଥିଲା। ଏହା ସହିତ ଲୋକୋପାଇଲଟଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ଟ୍ରେନ ଯାତ୍ରୀଙ୍କୁ ମିଠା ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ପୂର୍ବ ବିଧାୟକ ଦୁର୍ଯ୍ୟୋଧନ ଗରଡ଼ିଆ, ସାଂସଦ ପ୍ରତିନିଧି ଯୁଗଳ ଅଗ୍ରୱାଲ, ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗ, ବିନୋଦ ନନ୍ଦ, ସୁବାସ ବିଶ୍ୱାଳ, ବସନ୍ତ ନାୟକ, ସରୋଜ ମେହେର, ଉତ୍ତମ ବିଶ୍ୱାଳ, ସଲିମ ଖାଁ, ଶଶିଭୂଷଣ ସାହୁ, ସୁବାସ ମିଶ୍ର, ବୃନ୍ଦାବନ ମାହାଣା, ଡା. ଅର୍ଜୁନ ନାୟକ, ସଞ୍ଜୟ ବର୍ମା, ଉଦୟ ସାହୁ, ସଲେଗ୍ରାମ ସାହୁ, ଅନ୍ତର୍ଯ୍ୟାମୀ ପାଣିଙ୍କ ସହ ଅନେକ ଲୋକ ଉପସ୍ଥିତ ଥିଲେ। ଏହି ଅବସରରେ ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe