ମୃତ୍ୟୁ ପରେ ଚକ୍ଷୁଦାନ କଲେ ଜାମୁନି

Advertisment
ମୃତ୍ୟୁ ପରେ ଚକ୍ଷୁଦାନ କଲେ ଜାମୁନି
ପାଟପୁର: ଚକ୍ଷୁ ଦାନ ପରି ମହତ ଦାନ ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସଚେତନ କରାଯାଉଛି। ଯାହା ଗୋଟିଏ ଅନ୍ଧଲୋକଟିକୁ ଦୁନିଆ ଦେଖାଇପାରୁଛି। ତେବେ ସମାଜରେ ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ ମୃତ୍ୟୁ ପରେ ଏହି ମହତ କାମରେ ନିଜକୁ ସାମିଲ କରୁଛନ୍ତି।
ତେବେ ଏହି କ୍ରମରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ କଙ୍କୋରଡ଼ା ଗ୍ରାମର ଏକ ପରିବାର ସ୍ଥାନୀୟ ଅଞ୍ଚଳ ପାଇଁ ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଗ୍ରାମର ଜାମୁନି ସେଠୀ ନାମକ ଜଣେ ମହିଳାଙ୍କର ଉଚ୍ଚ ରକ୍ତଚାପରେ ମୃତ୍ୟୁ ହେବାପରେ ତାଙ୍କ ପରିବାର ଲୋକେ ଜାମୁନିଙ୍କ ଚକ୍ଷୁ ଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେମାନେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହ ସହଯୋଗ କରିଥିଲେ। ପରେ ଜିଲ୍ଲାପାଳ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସହଯୋଗରେ ତାଙ୍କ ଚକ୍ଷୁ ଦାନ କରାଯାଇଛି।
ଜାମୁନିଙ୍କ ମରଶରୀର ସାନଖେମୁଣ୍ଡି ବ୍ଲକ୍ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା। ସେଠାରୁ ବ୍ରହ୍ମପୁର ଚକ୍ଷୁ ବିଭାଗର ଏକ ଟିମ୍ ପହଞ୍ଚି ତାଙ୍କ ଚକ୍ଷୁ ନେଇଛନ୍ତି। ପରିବାରର ଏଭଳି ମହତ୍ କାମ ପାଇଁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି। ପୂର୍ବରୁ ଦିଗପହଣ୍ଡିର ଜଣେ ମହିଳା ନିଜର ଅଙ୍ଗଦାନ କରି ଉଦାହରଣ ସୃଷ୍ଟି କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe