ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୩ତମ ଜୟନ୍ତୀ ପାଳିତ: ଆଗକୁ ବଢ଼ିବାର ମାର୍ଗ ଦେଖାଇଥିଲେ ଜାନକୀବଲ୍ଲଭ

Advertisment
ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୩ତମ ଜୟନ୍ତୀ ପାଳିତ: ଆଗକୁ ବଢ଼ିବାର ମାର୍ଗ ଦେଖାଇଥିଲେ ଜାନକୀବଲ୍ଲଭ

ଖୋର୍ଦ୍ଧା: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଏକାଧାରରେ ଜଣେ ଅସାଧାରଣ ବାଗ୍ମୀ, ବିଚକ୍ଷଣ ରାଜନେତା, ବିଦ୍ବାନ, ଯଶସ୍ବୀ ସାରସ୍ବତ ସାଧକ ଓ ପ୍ରବୀଣ ସାମ୍ବାଦିକ ଥିଲେ। ସେ ନିଜର ରାଜନୈତିକ ଜୀବନରେ ସବୁ ଧର୍ମ, ଜାତିକୁ ଆପଣାର କରି ଆଗକୁ ବଢ଼ିବାର ମାର୍ଗ ଦେଖାଇଥିଲେ। ସେହିଭଳି ସେ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, କୁଳପତି ଭାବେ ଦାୟିତ୍ବ ତୁଲାଇଥିଲେ ମଧ୍ୟ ସର୍ବଦା ଖୋର୍ଦ୍ଧାର ଯଶ ଓ ସମ୍ମାନକୁ ଅଗ୍ରାଧିକାର ଦେଉଥିଲେ ବୋଲି ଖୋର୍ଦ୍ଧାସ୍ଥିତ ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୩ତମ ଜୟନ୍ତୀ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟିର ଅଧ୍ୟକ୍ଷ, ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ପୂର୍ବତନ ବିଧାୟକ ତଥା ‘ପ୍ରେରଣା’ର ମୁଖ୍ୟ ଡ. ଦିଲୀପ ଶ୍ରୀଚନ୍ଦନ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ମୃତି କମିଟିର ସମ୍ପାଦକ ସଞ୍ଜୟ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷାବିତ୍ ଭୀମସେନ ପ୍ରଧାନ, ଐତିହାସିକ ସତ୍ୟବାଦୀ ବଳିଆରସିଂହ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ ମହାପାତ୍ର, ଆଇନଜୀବୀ ବିଚିତ୍ର ବଡ଼ଜେନା, ସମାଜସେବୀ ହାଜି ନସିମୁଦ୍ଦିନ୍ ଖାଁ, ରମ୍‌ଜାନ୍ ଖାଁ, କଂଗ୍ରେସ ନେତ୍ରୀ ସ୍ବାଗତିକା ପଟ୍ଟନାୟକ ପ୍ରମୁଖ ଜାନକୀବଲ୍ଲଭ ପଟ୍ଟନାୟକଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସ୍ମୃତି ଉଦ୍ୟାନକୁ ୭ ଦିନ ଧରି ଆଲୋକମାଳାରେ ସଜାଇଥିବା ରବି ନାରାୟଣ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶ୍ବଭୂଷଣ ଛୋଟରାୟ, ପ୍ଲାବନ ପଟ୍ଟନାୟକ, ପ୍ରଦୋଷ ହରିଚନ୍ଦନ, ଶିଶିର ପରିଡ଼ା, କେଫାତୁଲ୍ଲା ଖାଁ, ଯୋଗୀ ଖାଁ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ସ୍ମୃତି କମିଟିର କୋଷାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe