କଟକ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧସଭା ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ତରଫରୁ ଏପ୍ରିଲ ୨୧ ତାରିଖ, ଶନିବାର ସଂଧ୍ୟା ୬ଟାରେ କଟକର ସାରଳା ଭବନରେ ଅନୁଷ୍ଠିତ ହେବ। ଏହି ସଭାରେ ପ୍ରଖ୍ୟାତ କବି ପଦ୍ମବିଭୂଷଣ ରମାକାନ୍ତ ରଥ ମୁଖ୍ୟ ଅତିଥି ଏବଂ ‘ବିଜିନେସ୍ ଓ୍ଵାର୍ଲଡ୍’ର ସଂପାଦକ ଅନୁରାଗ ବାତ୍ରା ମୁଖ୍ୟ ବକ୍ତା ଭାବେ ଯୋଗ ଦେବେ। ଅନୁଷ୍ଠାନର ସଭାପତି ବରିଷ୍ଠ ଆଇନଜୀବୀ ଡକ୍ଟର ବିପିନବିହାରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି ସଭାରେ ଡକ୍ଟର ଗୋବିନ୍ଦ ଭୂୟାଁଙ୍କ ଲିଖିତ ‘ସାର୍ଥକ ସାରଥି ଜାନକୀବଲ୍ଲଭ’ ଜୀବନୀ ଗ୍ରନ୍ଥର ଇଂରାଜୀ ଅନୁବାଦ ‘J B Patnaik: The leader Extraordinaire’ ଉନ୍ମୋଚନ ହେବ। ‘ଆମ ଓଡ଼ିଶା’ ଦ୍ୱାରା ପ୍ରକାଶିତ ଏହି ଗ୍ରନ୍ଥଟି ଇଂରାଜୀ ପ୍ରଫେସର ଡକ୍ଟର ବିଜୟ କୁମାର ନନ୍ଦଙ୍କ ଦ୍ୱାରା ଅନୁଦିତ ହୋଇଛି। ଏହି ଅବସରରେ ପ୍ରତିବର୍ଷ ପରି ସମାଜସେବା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଓଡ଼ିଶାର ୩ ଜଣ କୃତବିଦ୍ୟ ବ୍ୟକ୍ତିଙ୍କୁ ‘ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ’ରେ ସମ୍ମାନିତ କରାଯିବ। ଏହି ସ୍ମୃତିସଭାରେ ଯୋଗ ଦେବା ପାଇଁ ଅନୁଷ୍ଠାନର ଉପସଭାପତି ପ୍ରଫେସର ବୈଷ୍ଣବ ଚରଣ ସାମଲ, ଇଂଜିନିୟର ପ୍ରଭାକର ସ୍ୱାଇଁ, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ଇଂଜିନିୟର ମହମ୍ମଦ ମୋକିମ୍ ଓ ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଭୂୟାଁ ଅନୁରୋଧ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us