ବାମାପଦ ତ୍ରିପାଠୀ, ଅସିତ ମହାନ୍ତି, ଡାକ୍ତର ବିଦ୍ୟୁତ ଦାସ ପାଇବେ ଚଳିତବର୍ଷର ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ

Advertisment
ଜଣେ ପ୍ରାଜ୍ଞ, ସୁସଂସ୍କୃତ ଜନନାୟକ

କଟକ : ବରିଷ୍ଠ ସାମ୍ବାଦିକ ତଥା ଦୈନିକ ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ, ସାହିତ୍ୟିକ ଡକ୍ଟର ଅସିତ ମହାନ୍ତି ଏବଂ ଖ୍ୟାତନାମା ଡାକ୍ତର ପ୍ରଫେସର ବିଦ୍ୟୁତ କୁମାର ଦାସ ଚଳିତବର୍ଷର ସମ୍ମାନଜନକ ‘ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ -୨୦୧୮’ ପାଇବାକୁ ମନୋନୀତ ହୋଇଛନ୍ତି। ସାମ୍ବାଦିକତା, ସାହିତ୍ୟ ତଥା ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ଏହି କୃତୀ ସନ୍ତାନମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ବିଶିଷ୍ଟ ଜନନାୟକ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ। କଟକର ସାରଳା ଭବନରେ ଆସନ୍ତା ଏପ୍ରିଲ ୨୧ ତାରିଖ ସଂଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଏହି ତିନି ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଡକ୍ଟର ଗୋବିନ୍ଦ ଭୂୟାଁ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe