ମହାନ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୩ତମ ଜୟନ୍ତୀ ପାଳିତ

Advertisment
ମହାନ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୩ତମ ଜୟନ୍ତୀ ପାଳିତ

ଖୋର୍ଦ୍ଧା: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ଆସାମ ରାଜ୍ୟପାଳ ତଥା ଯଶସ୍ବୀ ମହାନାୟକ ସ୍ବର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୩ ତମ ଜନ୍ମ ଜୟନ୍ତୀ ଆଜି ପାଳିତ ହୋଇଯାଇଛି। ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ଟ୍ରଷ୍ଟ ପକ୍ଷରୁ ଖୋର୍ଦ୍ଧାର ଜାନକୀ ବଲ୍ଲଭ ସ୍କୃତି ଉଦ୍ୟାନ ପରିସରରେ ଏହି ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଖୋର୍ଦ୍ଧା ବିଧାୟକ ଜିତେନ୍ଦ୍ର ନାଥ ମିତ୍ର, ସ୍ମୃତି ଉଦ୍ୟାନ କମିଟି ସଂପାଦକ ସଂଜୟ ପଟ୍ଟନାୟକ, ପୂର୍ବତନ ବିଧାୟକ ଡ.ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ଉପସ୍ଥିତ ଅତିଥିମାନେ ଜାନକୀ ବଲ୍ଲଭଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଅର୍ପଣ ପରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା।

publive-image

ଜୟନ୍ତୀ ଉତ୍ସବରେ  ମେଜର କ୍ଷୀରୋଦ ମହାନ୍ତି ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ପ୍ରକାଶ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ | ଏଠାରେ ସୂଚନା ଥାଉ କି ଜାନକୀ ବଲ୍ଲଭ ପଟ୍ଟନାୟକ ଏକାଧାରରେ ଜଣେ ବିଚକ୍ଷଣ ରାଜନୀତିଜ୍ଞ, ନିଷ୍ଠାପର ସାରସ୍ୱତ ସାଧକ, ପ୍ରବୀଣ ସାମ୍ବାଦିକ ଓ ଦକ୍ଷ ଅନୁବାଦକ ଥିଲେ | ତିନି ତିନି ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା ସହ କେନ୍ଦ୍ରରେ ମନ୍ତ୍ରୀ ଓ ଆସାମର ରାଜ୍ୟପାଳ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ୱର ଗ୍ରାମରେ ୧୯୨୭ ମସିହା ଜାନୁୟାରୀ ୩ ତାରିଖରେ ଜାନକୀ ବଲ୍ଲଭ ଜନ୍ମଗ୍ରହଣ କରିଥିଲେ | ତାଙ୍କ ପିତା ଗୋକୁଳାନନ୍ଦ ପଟ୍ଟନାୟକ ଥିଲେ ଜଣେ ଆଦର୍ଶ ଶିକ୍ଷକ ଓ ବିଶିଷ୍ଟ ଲେଖକ |  'ବୈରାଗ୍ୟ ଶତକ' ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ 'ବଙ୍କିମ ଉପନ୍ୟାସମାଳା' ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe