ପର୍ଶୁରାମ ଦ୍ୱିବେଦୀ, କାନନବିହାରୀ ଦାଶ ଓ ବୈଷ୍ଣବ ଚରଣ ମହାନ୍ତିଙ୍କୁ ‘ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ’

Advertisment
ପର୍ଶୁରାମ ଦ୍ୱିବେଦୀ, କାନନବିହାରୀ ଦାଶ ଓ ବୈଷ୍ଣବ ଚରଣ ମହାନ୍ତିଙ୍କୁ ‘ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ’

କଟକ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଠିତ ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ତରଫରୁ ଚଳିତବର୍ଷର ‘ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ ଘୋଷଣା କରାଯାଇଛି। ସମାଜସେବା, ସାମ୍ବାଦିକତା ଓ ସାହିତ୍ୟ ସାଧନା କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ରାଜ୍ୟର ୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

ନିଷ୍ଠାପର ସମାଜସେବୀ ପର୍ଶୁରାମ ଦ୍ୱିବେଦୀଙ୍କୁ ‘ଜାନକୀବଲ୍ଲଭ ସେବା ସମ୍ମାନ’ , ସୁଖ୍ୟାତ ସାମ୍ବାଦିକ କାନନବିହାରୀ ଦାଶଙ୍କୁ ‘ ଜାନକୀବଲ୍ଲଭ ସାମ୍ବାଦିକ ସମ୍ମାନ’ ଓ ଯଶସ୍ୱୀ ଲେଖକ ବୈଷ୍ଣବ ଚରଣ ମହାନ୍ତିଙ୍କୁ ‘ ଜାନକୀବଲ୍ଲଭ ସାହିତ୍ୟ ସମ୍ମାନ’ ପ୍ରଦାନ ପାଇଁ ମନୋନୀତ କରାଯାଇଛି। ଆସନ୍ତା ୨୧ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ଜାନକୀବଲ୍ଲଭଙ୍କ ୭ମ ବାର୍ଷିକ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସ୍ମାରକୀ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଡକ୍ଟର ଗୋବିନ୍ଦ ଭୂୟାଁ ସୂଚନା ଦେଇଛନ୍ତି। ଚଳିତବର୍ଷର ଶ୍ରାଦ୍ଧସଭାରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଦିବଂଗତ ଜନନେତାଙ୍କ ସ୍ମୃତିଚାରଣ କରିବେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେବେ ବୋଲି ଡକ୍ଟର ଭୂୟାଁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe