ଜନନୀ ହେଲା ଆଲୋଡ଼ା, ଚିକିତ୍ସା ବଦଳରେ ଜଂଗଲରେ ଛାଡ଼ି ଦେଲେ

ଜନନୀ ହେଲା ଆଲୋଡ଼ା, ଚିକିତ୍ସା ବଦଳରେ ଜଂଗଲରେ ଛାଡ଼ି ଦେଲେ

ବରଗଡ଼ : ରୋଗାକ୍ରାନ୍ତ ୮୦ ବର୍ଷୀୟ ମା’ର ଚିକିତ୍ସା କରିବା ବଦଳରେ ଏକାକୀ ଜଂଗଲରେ ଛାଡ଼ିଦେଲେ। ବୃଦ୍ଧା ଜଣକ ଏକୁଟିଆ ଜଂଗଲରେ ୧୫ ଦିନ ବିତାଇଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣା ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଖରମୁଣ୍ଡା ପଞ୍ଚାୟତ ଘନଘାଟି ଗ୍ରାମରେ ଦେଖିବାକୁ ମିଳିଛି।

ଗାଁର କୌଶଲ୍ୟା ବେହେରାଙ୍କ ଦୁଇ ପୁଅ ଓ ୩ ଝିଅ। ଝିଅମାନେ ବିବାହ କରିସାରିଥିବା ବେଳେ ବଡ଼ ପୁଅର ମୃତ୍ୟୁ ହୋଇସାରିଛି। କୌଶଲ୍ୟାଙ୍କ ସ୍ବାମୀ ସହିତ ଘରେ ସାନ ପୁଅ, ବଡ଼ବହୁ ଓ ନାତି ନାତୁଣୀ ରୁହନ୍ତି। କିଛି ଦିନ ତଳେ କୌଶଲ୍ୟାଙ୍କ ମୁଣ୍ଡରେ ଘା’ ହୋଇ ପୋକ ଲାଗିଥିଲା। ହାତରେ ଧଳା ଦାଗ ବାହାରିଥିଲା। ଗ୍ରାମବାସୀ ଏବଂ ଜାତି ସମାଜର ଚାପରେ ପରିବାର ଲୋକେ ତାଙ୍କୁ ଜଂଗଲରେ ପଲିଥିନ୍‌ ଟାଣି ସେଠାରେ ଛାଡ଼ି ଦେଇଥିଲେ। ଜଂଗଲରେ ବନ୍ୟଜନ୍ତୁଙ୍କ ଗହଣରେ କୌଶଲ୍ୟା ୧୫ ଦିନ ବିତାଇଥିଲେ। ତାଙ୍କୁ ଜଂଗଲରେ ଛାଡ଼ିବା ପରେ ଗ୍ରାମବାସୀ ତାଙ୍କ ପରିବାର ଉପରୁ ବାସନ୍ଦ ହଟାଇଥିଲେ। ଭୋଜିଭାତ ଦେବା ପରେ ଗ୍ରାମବାସୀ ଏହି ପରିବାର ସହ ମିଶିଥିଲେ।

ଏନେଇ ଖବର ପାଇବା ପରେ ସ୍ବେୁଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାରର ସଦସ୍ୟ ଜଂଗଲରୁ କୌଶଲ୍ୟାଙ୍କୁ ଉଦ୍ଧାର କରି ୨ କିଲୋମିଟର୍‌ ଷ୍ଟ୍ରେଚର୍‌ରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ। ସେଠାରୁ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ଉଦ୍ଧାର କାର୍ଯ୍ୟରେ ସଂକଲ୍ପ ପରିବାରର ବିକାଶ ଅଗ୍ରୱାଲ, ରୋହିତ ଜୟସ୍ୱାଲ, ନିଧାନ ଦନ୍ତା, ଜି. ରମେଶ, ଅସିତ ଭୋଇ ଓ ହରିସ ନାଏକ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe