ବନ୍ୟା ପାଣିରେ ଫସିଲା ଜନନୀ ଏକ୍ସପ୍ରେସ୍‌, ନବଜାତ ଶିଶୁକୁ ଧରି ଆଣ୍ଠୁଏ ପାଣିରେ ଗଲେ ପ୍ରସୂତି

Advertisment
ବନ୍ୟା ପାଣିରେ ଫସିଲା ଜନନୀ ଏକ୍ସପ୍ରେସ୍‌, ନବଜାତ ଶିଶୁକୁ ଧରି ଆଣ୍ଠୁଏ ପାଣିରେ ଗଲେ ପ୍ରସୂତି

ବ୍ରହ୍ମଗିରି : ବନ୍ୟା ପାଣିରେ ଫସିଯାଇଛି ଜନନୀ ଏକ୍ସପ୍ରେସ୍‌। ଫଳରେ, ନବଜାତ ଶିଶୁକୁ ଧରି ପ୍ରସୂତିଙ୍କୁ ଆଣ୍ଠୁଏ ପାଣିରେ ଚାଲିବାକୁ ପଡ଼ିଛି।

ବନ୍ୟା ପାଣି ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇବାରେ ଲାଗିଛି। ଶୁକ୍ରବାର ମଧ୍ୟ୍ୟାହ୍ନରେ ବ୍ରହ୍ମଗିରି ପଟୁ ଏକ ଜନନୀ ଏକ୍ସପ୍ରେସ୍‌ ଆମ୍ବୁଲାନ୍ସରେ କଣାସ ଅଞ୍ଚଳର ଜଣେ ପ୍ରସୂତି ତାଙ୍କର ତିନି ଦିନର ଶିଶୁ ସହିତ ଗାଁକୁ ଫେରୁଥିଲେ। କିନ୍ତୁ, ଫେରିବା ବାଟରେ ଲୁଣା ନଦୀ ଉପରେ ଥିବା କରମଳା ସେତୁ ପାରି ହୋଇ ଯିବାବେଳେ ହଠାତ୍ ଗାଡ଼ିଟି ସଂଯୋଗ ରାସ୍ତାରେ ଅଟକି ଯାଇଥିଲା। ସେତୁର ସଂଯୋଗ ରାସ୍ତାରେ ଆଣ୍ଠୁଏ ଚାଲୁଥିବା ବେଳେ ପ୍ରଖର ସ୍ରୋତ ମଧ୍ୟ ରହିଥିଲା। ଆମ୍ବୁଲାନ୍ସଟି ପୁରୁଣା ସେତୁ ଅତିକ୍ରମ କରି ସଂଯୋଗ ରାସ୍ତାକୁ ଯିବା କ୍ଷଣି ଆଗକୁ ଯାଇ ନ ଥିଲା। ରାସ୍ତାରେ ଅଧିକ ପାଣି ଥିବା ଆଶଙ୍କା କରି ଆମ୍ବୁଲାନ୍ସ ଚାଳକ ଗାଡ଼ିକୁ ଅଟକାଇ ଦେଇଥିଲେ। ସେତେବେଳକୁ ବର୍ଷା ଜାରି ରହିଥିବା ବେଳେ ନଦୀବନ୍ଧଠାରୁ ୨୦ ଫୁଟ୍‌ ପଛକୁ ସେତୁର ସଂଯୋଗ ରାସ୍ତାରେ ଆମ୍ବୁଲାନ୍ସ ଅଟକି ରହିଥିଲା। ଫଳରେ ଅନ୍ୟ କିଛି ଉପାୟ ନ ପାଇ ଗାଡ଼ିରେ ବସିଥିବା ପ୍ରସୂତି ତାଙ୍କ ତିନି ଦିନର କଅଁଳ ଶିଶୁକୁ ଧରି ଆଣ୍ଠୁଏ ପାଣିରେ ପଶି ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ସେତୁର ସଂଯୋଗ ରାସ୍ତାକୁ ପାରି ହୋଇଥିଲେ। ଅଧଘଣ୍ଟା ଧରି ଆମ୍ବୁଲାନ୍ସ ପାଣିରେ ଫସି ରହିବା ପରେ ବହୁ କଷ୍ଟରେ ନଦୀ ବନ୍ଧକୁ ଉଠିଥିଲା। ପରେ ପ୍ରସୂତି ଓ ଶିଶୁଙ୍କୁ ପୁଣି ଆମ୍ବୁଲାନ୍‌ସରେ ଗ୍ରାମକୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe