ସୁଶାସନର ବଡ଼ ଉଦାହରଣ ଜାନକୀବଲ୍ଲଭ: ତିନି ଜଣଙ୍କୁ ଜାନକୀବଲ୍ଲଭ ସ୍ମୃତି ସମ୍ମାନ

Advertisment

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକ ଥିଲେ ଜଣେ ଦୂରଦର୍ଶୀ ରାଜନେତା। ମିଠା କଥା କହି କିପରି ଶାସନକଳକୁ ନିୟନ୍ତ୍ରଣ କରାଯାଏ ଏବଂ ସୁଶାସନ ବ୍ୟବସ୍ଥା କ’ଣ, ତା’ର ବଡ଼ ଉଦାହରଣ ଜାନକୀ ବଲ୍ଲଭ...

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକ ଥିଲେ ଜଣେ ଦୂରଦର୍ଶୀ ରାଜନେତା। ମିଠା କଥା କହି କିପରି ଶାସନକଳକୁ ନିୟନ୍ତ୍ରଣ କରାଯାଏ ଏବଂ ସୁଶାସନ ବ୍ୟବସ୍ଥା କ’ଣ, ତା’ର ବଡ଼ ଉଦାହରଣ ଜାନକୀ ବଲ୍ଲଭ...

sfsfsfsf

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକ ଥିଲେ ଜଣେ ଦୂରଦର୍ଶୀ ରାଜନେତା। ମିଠା କଥା କହି କିପରି ଶାସନକଳକୁ ନିୟନ୍ତ୍ରଣ କରାଯାଏ ଏବଂ ସୁଶାସନ ବ୍ୟବସ୍ଥା କ’ଣ, ତା’ର ବଡ଼ ଉଦାହରଣ ଜାନକୀ ବଲ୍ଲଭ ବୋଲି ରାଜ୍ୟ ଅବକାରୀ, ପୂର୍ତ୍ତ ଓ ଆଇନ୍‌ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ‘ଜାନକୀ ବଲ୍ଲଭ ସ୍ମୃତି କମିଟି’ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୯ ତମ ଜନ୍ମ ଜୟନ୍ତୀ ଓ ସମ୍ମାନ ପ୍ରଦାନ ସମାରୋହରେ ଆଇନ୍‌ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଯଦିଓ ରାଜନୈତିକ ଦୃଷ୍ଟିକୋଣରୁ ତାଙ୍କ ବିରୋଧରେ ସ୍ଲୋଗାନ୍‌ ଦେବାଠୁ ଆରମ୍ଭ କରି ଲଢ଼େଇ କରିବା ପର୍ଯ୍ୟନ୍ତ ଛାତ୍ର ଜୀବନରେ ବହୁତ କଥା କରିଛୁ, କିନ୍ତୁ ଯେବେଠାରୁ ମୁଁ ତାଙ୍କୁ ପାଖରୁ ଜାଣିଲି ମୋ ଭିତରେ ତାଙ୍କ ପାଇଁ ସମ୍ମାନ ସୃଷ୍ଟି ହୋଇଛି। ତାଙ୍କ ସହ ପ୍ରତିଟି ସାକ୍ଷାତ ରାଜନୈତିକ ଓ ସାମାଜିକ ଦୃଷ୍ଟିକୋଣରୁ ଶିକ୍ଷଣୀୟ। ଯେଉଁ ନେତୃତ୍ବଙ୍କ ଆଦର୍ଶରେ ମୁଁ ଅନୁପ୍ରାଣିତ ହୁଏ, ସେମାନଙ୍କ ମଧ୍ୟରୁ ମଧ୍ୟରୁ ଜାନକୀ ବଲ୍ଲଭ ପଟ୍ଟନାୟକ ଅନ୍ୟତମ। କେବଳ ମୁଁ କାହିଁକି, ଓଡ଼ିଶା ପ୍ରଦେଶରେ ରାଜନୀତି କରୁଥିବା ଅନେକ ଲୋକ ତାଙ୍କଠାରୁ ରାଜନୀତି ଶିଖିଛନ୍ତି। ତାଙ୍କର ଅବଦାନକୁ ଓଡ଼ିଶା ସବୁ ଦିନ ପାଇଁ ମନେ ରଖିବ।  

 ଜାନକୀବଲ୍ଲଭଙ୍କ ଆଦର୍ଶରେ ମୁଁ ଅନୁପ୍ରାଣିତ: ମନ୍ତ୍ରୀ
ତିନି ଜଣଙ୍କୁ ଜାନକୀବଲ୍ଲଭ ସ୍ମୃତି ସମ୍ମାନ

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ହରପ୍ରସାଦ ଦାସ ଯୋଗଦେଇ କହିଛନ୍ତି, ରାଜନୀତିରେ ମେଧାର ଆବଶ୍ୟକତା ସର୍ବାଗ୍ରେ। ଜାନକୀ ବଲ୍ଲଭ ପଟ୍ଟନାୟକ ଜଣେ ମେଧାବୀ ଛାତ୍ର ଓ ରାଜନେତା ଥିଲେ। ତାଙ୍କର ସ୍ଥିରତା, ଧର୍ଯ୍ୟ ଓ ଅଗାଧ ପାଣ୍ଡିତ୍ୟ ଅନ୍ୟ ରାଜନେତାଙ୍କ ଭିତରେ ଦେଖିବାକୁ ମିଳେନାହିଁ। ଅନ୍ୟତମ ଅତିଥି ଭାବେ ସାହିତ୍ୟିକ ଦାଶ ବେନହୁର ଯୋଗଦେଇ କହିଲେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ଓଡ଼ିଶା ବହୁଭାବେ ଉପକୃତ ହୋଇଛି। ସାମ୍ବାଦିକତାରୁ ଜୀବନ ଆରମ୍ଭ କରି ସେ ରାଜନୀତିର ଶୀର୍ଷ ସ୍ଥାନକୁ ଯାଇପାରିଥିଲେ। ସେ ବିଦ୍ୟା ଓ ବିନୟର ବିରଳ ସମନ୍ବୟ ଥିଲେ। ତାଙ୍କର ଏହା ଜୟନ୍ତି ପାଳନ ନୁହେଁ ବରଂ ତାଙ୍କ ପ୍ରତି ଏହା ଏକ କୃତଜ୍ଞତାର ଉତ୍ସବ। ସ୍ମୃତିସଂସଦର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ ଅଧ୍ୟକ୍ଷତା କରି ଜାନକୀ ବଲ୍ଲଭଙ୍କ ସମୟରୁ ଓଡ଼ିଶାରେ ସ୍ଥିର ସରକାରର ମୂଳଦୁଆ ପଡ଼ିଥିଲା ବୋଲି କହିଥିଲେ। ସମ୍ପାଦକ ଇଂ ବିଶ୍ବମୋହନ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ଅଧ୍ୟାପକ ବିଶ୍ବରଂଜନ, ସାମ୍ବାଦିକତା କ୍ଷେତ୍ରରେ ପ୍ରଦୋଷ ପଟ୍ଟନାୟକ ଓ ପରିବେଶ କ୍ଷେତ୍ରରେ ଜୟକୃଷ୍ଣ ପାଣିଗ୍ରାହୀଙ୍କୁ ‘ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସକାଳେ ଅନୁଷ୍ଠିତ ହୋଇଥିବା ମାରାଥନ୍‌ରେ ପ୍ରଥମ ହୋଇଥିବା ଅଜିତ ମେହେର ଓ ଋତୁପର୍ଣ୍ଣାଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe