ନିରାକାରପୁର : ଜାତୀୟ ରାଜପଥର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ବିଭାଗୀୟ କର୍ମଚାରୀଙ୍କ ଉଦାସୀନତା ସହ ପ୍ରଶାସନର ଦୃରଦୃଷ୍ଟି ଅଭାବ ଯୋଗୁଁ ୧୬ନମ୍ବର ଜାତୀୟ ରାଜପଥର ଜଙ୍କିଆ ଓଭର ବ୍ରିଜ୍ ଭୁଶୁଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ତଥାପି ପ୍ରଶାସନର ନିଦ ଭାଙ୍ଗୁ ନାହିଁ। ଜଙ୍କିଆ ଓଭରବ୍ରିଜ୍ର ଦୁଇପାର୍ଶ୍ୱ ୱାଲର ଅବସ୍ଥା ଅତ୍ୟନ୍ତ ଖରାପ। ପ୍ରାୟ ୫୦୦ ମିଟର ଏହି ଓଭର ବ୍ରିଜ୍ର ଉଭୟପାର୍ଶ୍ୱରେ ଅନାବନା ବୃକ୍ଷଲତାରେ ଭରିରହିଛି। ସ୍ଥାନେସ୍ଥାନେ ବରଅଶ୍ୱତ୍ଥ ସମେତ ଅନ୍ୟାନ୍ୟ ବୃକ୍ଷ ଉଠିବା କାରଣରୁ ଉଭୟ ପାର୍ଶ୍ୱରେ କାନ୍ଥ ଫାଟି ଗର୍ତ୍ତ ସୃଷ୍ଟିହେଲାଣି। ଆଉ କିଛିଦିନ ଏଭଳି ରହିଲେ କାନ୍ଥ ଭୁଶୁଡ଼ିବାର ଆଶଙ୍କା ରହିଛି। ସେହିପରି ଉଭୟ ପାର୍ଶ୍ୱର ଆପ୍ରୋଚ ରୋଡ୍ରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଏହାସତ୍ତ୍ୱେ ଏଥିପ୍ରତି କାହାର ଦୃଷ୍ଟି ପଡ଼ୁ ନାହିଁ । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us