‘ଭାଗବତ ଗ୍ରନ୍ଥକୁ ପ୍ରତି ପରିବାରରେ ପହଞ୍ଚାଇବା ଜାନକୀଙ୍କ ସ୍ବପ୍ନ ଥିଲା’

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ପାଳିତ ହୋଇଛି। ରାଜ୍ୟ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ୱରେ କଂଗ୍ରେସ ଭବନରେ....

fddfvccv

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ପାଳିତ ହୋଇଛି। ରାଜ୍ୟ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ୱରେ କଂଗ୍ରେସ ଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ପ୍ରଫେସର ବୁଦ୍ଧଦେବ ମିଶ୍ର ଓ ଡ. ଅସିତ ମହାନ୍ତି ବକ୍ତା ଭାବେ ଯୋଗଦେଇ କହିଲେ, ଓଡ଼ିଶାବାସୀ ଜାନକୀ ବାବୁଙ୍କ ୧୪ ବର୍ଷ ଶାସନର ସଫଳତା ବିଷୟରେ ଜାଣିବା ଦରକାର। ଭାଗବତ ଗ୍ରନ୍ଥକୁ ରାଜ୍ୟର ପ୍ରତି ପରିବାର ନିକଟରେ ପହଞ୍ଚାଇବା ଜାନକୀ ବାବୁଙ୍କର ସ୍ୱପ୍ନ ଥିଲା। ଏହି କାର୍ଯ୍ୟକୁ ବର୍ତ୍ତମାନ ଆମେ କରିପାରିଲେ ତାହା ହିଁ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେମାନେ ମତପ୍ରକାଶ କରିଥିଲେ।

ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ସ୍ବାଗତ ଭାଷଣ ଦେଇ କହିଲେ, ଜାନକୀ ବାବୁଙ୍କ ଶାସନ ସମୟରେ ସରକାରୀ କ୍ଷେତ୍ରରେ ଓଡ଼ିଆ ଭାଷାର ପ୍ରୟୋଗ ତାଙ୍କର ଓଡ଼ିଆ ଅସ୍ମିତା ସମ୍ପର୍କରେ ପରିଚୟ ଦିଏ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ ପ୍ରମୁଖ ଯୋଗଦେଇ ଥିଲେ। କଂଗ୍ରେସ ନେତା ରଜନୀ ମହାନ୍ତି ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ସୁଦର୍ଶନ ଦାସ, ବିଶ୍ବଜିତ୍‌ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ମାନସ ଆଚାର୍ଯ୍ୟ, ଯୋଗୀନାଥ ବାହୁବଳେନ୍ଦ୍ର, ସତ୍ୟବ୍ରତ ନାୟକ, ପ୍ରଣତୀ ମିଶ୍ର, ଜ୍ୟୋତିଷ ସାହୁ, ଭାସ୍କର ସେଠୀ, ଦେଓ ପ୍ରସାଦ, କୃଷ୍ଣଚନ୍ଦ୍ର ପ୍ରଧାନ, ଉଷାରାଣୀ ବେହେରା, ଦୀପକ କୁମାର ମହାପାତ୍ର, ଦେବାଶିଷ ମହାପାତ୍ର, ପୁଷ୍ପରାଜ ପ୍ରଧାନ, ମଧୁସ୍ମିତା ଆଚାର୍ଯ୍ୟ, ଜିତୁ ପଣ୍ଡା, କୁସୁମ ପ୍ରଧାନ, ଜ୍ୟୋତି ମହାନ୍ତି, ତାପସ ସେଠୀ, ଏସକେ ମୁନା, ବିଜୟ ପ୍ରଧାନ, ପୟୋଧର ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ସ୍ବର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧା ସୁମନ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe