ଝସକେତନ ପୋଡ଼ଙ୍କୁ ହତ୍ୟା କରାଯାଇଛି, ପତ୍ନୀଙ୍କ ଅଭିଯୋଗ

ଯୁବକଙ୍କୁ ଅପହରଣ ପରେ ହତ୍ୟା

The Hans India

ସମ୍ବଲପୁର: ଟାଉନ୍‌ ଥାନା ଚେରୁଆପଡ଼ା ହାଉସିଂବୋର୍ଡ କଲୋନିରେ ରହୁଥିବା ଝସକେତନ ପୋଢ଼ଙ୍କୁ ହତ୍ୟା କରାଯାଇଛି। ଝସକେତନଙ୍କ ସ୍ତ୍ରୀ ଝାନ୍‌ସୀ ପୋଢ଼ ଏଭଳି ଅଭିଯୋଗ ଆଣିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଝାନ୍‌ସିଙ୍କ ଅଭିଯୋଗ ଅନୁଯାୟୀ, ଗତ ଜୁନ ୨୨ ତାରିଖରେ ତାଙ୍କ ସ୍ବାମୀ ୨ ଜଣ ସାଙ୍ଗଙ୍କ ସହ ରେଙ୍ଗାଲିକୁ ଭୋଜି ଖାଇବା ପାଇଁ ଯାଇଥିଲେ। ରାତି ୮ଟା ୩୦ରେ ୨ ସାଙ୍ଗ ଆଣି ଝସକେତନଙ୍କୁ ତାଙ୍କ ବେଡ୍‌ରେ ଶୁଆଇ ଦେଇ ଚାଲି ଯାଇଥିଲେ।

ତାଙ୍କ ୨ ସାଙ୍ଗ ତାଙ୍କୁ ମାଡ଼ ମାରିଥିବା ଝସକେତନ କହିଥିଲେ। ତାପରେ ତାଙ୍କର ଚେତା ଚାଲି ଯାଇଥିଲା। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବୁର୍ଲା ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବୁର୍ଲା ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ସୋମବାର ଝାନ୍‌ସୀ ଟାଉନ୍‌ ଥାନାରେ ତାଙ୍କ ସ୍ବାମୀଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe