ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ

Advertisment

ଜଟଣୀ ଫ୍ଲାଇ ଓଭରବ୍ରିଜ୍‌ ନିର୍ମାଣରେ ଅନିୟମିତତା

ଜଟଣୀ ଫ୍ଲାଇ ଓଭରବ୍ରିଜ୍‌ ନିର୍ମାଣରେ ଅନିୟମିତତା

ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ

କଟକ : ଜଟଣୀରେ ନିର୍ମାଣାଧୀନ ଫ୍ଲାଇ ଓଭରବ୍ରିଜ କାର୍ଯ୍ୟ ନିମ୍ନ ମାନର ନେଇ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ହାଇକୋର୍ଟ ସିସି ଟିଭି ଫୁଟେଜ୍‌ ଯାଞ୍ଚ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ରିଜର ପାଇଲିନ୍‌ ସଂପର୍କିତ ସିସି ଟିଭି ଫୁଟେଜ୍‌ ତଦନ୍ତକାରୀ ଅଧିକାରୀ ଓ ବିଶେଷଜ୍ଞ ଯାଞ୍ଚ କରିବେ। ଫୁଟେଜର ସତ୍ୟାସତ୍ୟ ସଂପର୍କରେ ଅନୁସନ୍ଧାନ କରାଯିବ। ଏ ସଂକ୍ରାନ୍ତରେ ବିଶେଷଜ୍ଞ ରିପୋର୍ଟ କେସ୍‌ ଡାଏରିର ଅଂଶ ଭାବେ ଗ୍ରହଣ କରାଯିବ। ଜଷ୍ଟିସ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ କୁଦିଆରି ବଜାର ବ୍ୟବସାୟୀ ସଂଘର ସଭାପତି ସୁଦର୍ଶନ ସୁନ୍ଦରରାୟ ଓ ସମ୍ପାଦକ ପ୍ରଦୀପ୍ତ ବଳିୟାରସିଂଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ରିଜ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଭିଜିଲାନ୍ସ ନିକଟରେ ଏ ନେଇ ସିସି ଟିଭି ଫୁଟେଜ୍‌ ଦାଖଲ ହୋଇଥିବା ଆବେଦନକାରୀଙ୍କ ପକ୍ଷରୁ ଶୁଣାଣି ସମୟରେ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସ୍ମୃତିରଞ୍ଜନ ମହାପାତ୍ର ମାମଲା ପରିଚାଳନା କରୁଥିବା ବେଳେ ସୁଶାନ୍ତ ହରିଚନ୍ଦନ ତାଙ୍କୁ ସହାୟତା କରିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଜଟଣୀରେ ଚାଲିଥିବା ଫ୍ଲାଇ ଓଭରବ୍ରିଜ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହେଉଛି। ପିଲାର ପାଇଁ ପ୍ରତିଟି ପାଇଲିଂରେ ୫୫ ଫୁଟ ଗଭୀରରୁ ଉନ୍ନତମାନର ଆଣ୍ଟିରଷ୍ଟ ଲୁହା ରଡ୍‌ ଦ୍ୱାରା ଏହା ନିର୍ମାଣ ହେବା କଥା। କିନ୍ତୁ ୨୦ ଫୁଟ ଗଭୀରରୁ ନିମ୍ନମାନର ଲୁହାରଡ଼ ଦିଆଯାଇ ଏହି ପାଇଲିଂ କାର୍ଯ୍ୟ କରାଯାଉଛି । ଏ ନେଇ ଅଭିଯେ।ଗ ହେବା ପରେ ଆର୍‌ଆଣ୍ଡ୍‌ବି ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। କିନ୍ତୁ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ବ୍ୟବସାୟୀ ସଂଘ ପକ୍ଷରୁ ନିମ୍ନମାନର କାର୍ଯ୍ୟ ସଂକ୍ରାନ୍ତରେ ଭିଜିଲାନ୍ସ ନିକଟରେ ଅଭିଯେ।ଗ କରାଯାଇଥିଲା। ଏହି ଅଭିଯୋଗ ଉପରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ନିର୍ମାଣକାରୀ ଠିକା ସଂସ୍ଥା ମନଇଚ୍ଛା କାର୍ଯ୍ୟ କରୁଛି ଓ ଏଥିରେ ବ୍ୟାପକ ଅନିୟମିତତା କରାଯାଉଥିବା ନେଇ ଆବେଦନକାରୀ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ଏହି ପ୍ରସଂଗରେ ଭିଜିଲାନ୍ସ ବିଭଗାର ନିଷ୍କ୍ରିୟତାକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe