ଜଟଣୀ ନାବାଳିକା‌ ଦୁଷ୍କର୍ମ ଓ ହତ୍ୟା ମାମଲା : ମହିଳାଙ୍କ କ୍ରୋଧର ନିଆଁରେ ନବୀନ ସରକାର ଧ୍ବଂସ ହେବ - ଧର୍ମେନ୍ଦ୍ର

Advertisment
ଜଟଣୀ ନାବାଳିକା‌ ଦୁଷ୍କର୍ମ ଓ ହତ୍ୟା ମାମଲା : ମହିଳାଙ୍କ କ୍ରୋଧର ନିଆଁରେ ନବୀନ ସରକାର ଧ୍ବଂସ ହେବ - ଧର୍ମେନ୍ଦ୍ର

Times Now

ଭୁବନେଶ୍ବର : ଜଟଣୀରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜଟଣୀ ଥାନା ଅଧିକାରୀ ଏଫ୍ଆଇଆର୍ ନ ରଖିବା ମାମଲାରେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି, ଓଡ଼ିଆ ମା’ଭଉଣୀଙ୍କ ଇଜ୍ଜତ ଉପରେ ଯେ ହାତ ପକାଇବ, ସେ ତାଙ୍କ କ୍ରୋଧର ନିଆଁରେ ଜଳିପୋଡ଼ି ଧ୍ବଂସ ହୋଇଯିବ। ନବୀନ ସରକାରଙ୍କ ସେହି ସମୟ ଆସିଗଲାଣି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ତୃତୀୟ ମହଲାର ବିନା ଅନୁମତିରେ ରାଜ୍ୟର ୫୦୦ରୁ ଅଧିକ ଥାନାରେ ସୋରିଷ ଫୁଟେ ନାହିଁ। ଗତ ୧୧ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ଜଟଣୀ ଥାନା ଅନ୍ତର୍ଗତ ଜଣେ ନୀରିହ ଝିଅକୁ ଆତତାୟୀ ଧର୍ଷଣ କରି ହତ୍ୟା କଲେ। ଏହା ପରେ ଶିଶୁ କନ୍ୟାର ବାପା ଥାନାକୁ ଅଭିଯୋଗ କରିବାକୁ ଆସିବା ପରେ ଥାନାରେ ତାଙ୍କ ଅଭିଯୋଗ ରଖାଗଲା ନାହିଁ। ଶାସକ ଦଳର ନେତାମାନେ ଥାନା ଭିତରେ ଅଭିଯୋଗକାରୀ ବାପାକୁ ମାର୍‌ପିଟ୍‌ କଲେ। ଏହା କ’ଣ ମହିଳାଙ୍କୁ ସମ୍ମାନ? ଦୀର୍ଘ ସମୟ ଧରି ଜଟଣୀ ଥାନା ଅଧିକାରୀ କାହା ଚକ୍ରାନ୍ତରେ ଏଫ୍ଆଇଆର୍ ନେଲେ ନାହିଁ?

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଓଡ଼ିଶାରେ ମହିଳାମାନଙ୍କ ଉପରେ ଅତ୍ୟାଚାର ବଢ଼ିବା ନବୀନ ବାବୁଙ୍କ ମହିଳା ସଶକ୍ତିକରଣର ନଗ୍ନ ଉଦାହରଣ। ବେବିନା ହତ୍ୟାକାଣ୍ଡର ଦୋଷୀମାନେ ମୁକୁଳିବା ପରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସମ୍ବେଦନହୀନ ମନ୍ତବ୍ୟ ଏବଂ ମନ୍ତ୍ରିମଣ୍ଡଳରୁ ବହିଷ୍କାର ହୋଇ ସେ ପୁନର୍ବାର ଟିକେଟ୍‌ ପାଇବା ପ୍ରସଙ୍ଗ, କୁନ୍ଦୁଲି ଗଣଦୁଷ୍କର୍ମ, ଓଡ଼ିଶାକୁ ସାରା ବିଶ୍ବରେ ନିନ୍ଦିତ କରିଥିବା ଲୋକଙ୍କୁ ଭୁବନେଶ୍ବରର ପ୍ରାର୍ଥୀ କରିବା, ମୟୂରଭଞ୍ଜର ମହିଳାଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ନିନ୍ଦିତ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ନବୀନ ବାବୁଙ୍କ ମହିଳା ସଶକ୍ତିକରଣର ଏକ ନମୁନା। ତୃତୀୟ ମହଲା ଓ ନବୀନ ନିବାସର ବିନା ଅନୁମତିରେ ଓଡ଼ିଶାରେ ଗରିବ ଉପରେ ଅତ୍ୟାଚାର ହେଲେ ବି ସେମାନଙ୍କ ଏଫ୍ଆଇଆର୍ ଥାନାରେ ରଖାଯାଉ ନାହିଁ। ସାମ୍ବିଧାନିକ ଅଧିକାରକୁ ତୁଲେଇବାର ସୁଯୋଗ ମୁଖ୍ୟମନ୍ତ୍ରୀ ଦେଉ ନାହାନ୍ତି। ଏହା ଠାରୁ ବଡ଼ ଚିନ୍ତାଜନକ ବିଷୟ କିଛି ନ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe