ଜଣ୍ଡିସ ଆକ୍ରାନ୍ତ ଗାଁରୁ ବାସନ୍ଦ

ଜଣ୍ଡିସ ଆକ୍ରାନ୍ତ ଗାଁରୁ ବାସନ୍ଦ

ଆଳି : ଜଣେ ଜଣ୍ଡିସ୍‌ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଗ୍ରାମବାସୀ ସାମାଜିକ ବାସନ୍ଦ କରିଛନ୍ତି। ପତ୍ନୀ ଛାଡ଼ି ପଳାଇବା ପରେ ଏବେ ସେ ଅସହାୟ ଅବସ୍ଥାରେ ଭାଇ ପାଖରେ ପଡ଼ିଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅଟାଳ ଗ୍ରାମର ପ୍ରଭାକର ପ୍ରଧାନଙ୍କ କ୍ଷେତ୍ରରେ। ପ୍ରଭାକର ଏବେ ନିଃସଙ୍ଗ ଜୀବନ ବିତାଉଛନ୍ତି।

ପତ୍ନୀ ଓ ଦୁଇ ପିଲାଙ୍କୁ ନେଇ ୫୦ ବର୍ଷ ବୟସ୍କ ପ୍ରଭାକରଙ୍କ ସଂସାର। କୋଲକତାରେ କାମ କରୁଥିଲେ। ଦୁଇ ବର୍ଷ ତଳେ ରୋଗାକ୍ରାନ୍ତ ହୋଇ ଘରକୁ ଚାଲି ଆସିଲେ ସେ। ପ୍ରଥମେ ଆଳି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଇଥିଲେ। ରୋଗ ଭଲ ନ ହେବା ପରେ ଚିକିତ୍ସା ନିମନ୍ତେ ଯାଇଥିଲେ କଟକ ବଡ଼ଡାକ୍ତରଖାନା। ସେଠାରେ ଚିକିତ୍ସାଧୀନ ଥିବା ବେଳେ ପତ୍ନୀ ଛାଡ଼ିି ପଳାଇଗଲେ । ଏଭଳି ଦୁର୍ଦ୍ଦିନରେ ସାହା ହୋଇଥିଲେ ଅଲଗା ହୋଇଥିବା ଭାଇ କୈଳାସ। କଟକରୁ ପ୍ରଭାକରଙ୍କୁ ଆଣି ନିଜ ଘରେ ରଖିଛନ୍ତି। କୈଳାସଙ୍କ ସହାୟତାରେ ଏବେ ଚଳୁଛନ୍ତି ପ୍ରଭାକର।

ପତ୍ନୀ ବାପଘରକୁ ଚାଲିଯିବା ପରେ ଗ୍ରାମବାସୀ ପ୍ରଭାକରଙ୍କ ସହ ମିଳାମିଶା କରିବା ବନ୍ଦ କରିଦେଇଥିଲେ। ଅଜଣା ସଂକ୍ରାମକ ରୋଗରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ତାଙ୍କୁ ପୋଖରୀ, ନଳକୂପ ବାରଣ କରାଯାଇଛି। ହେଲେ, ପ୍ରଭାକର ଜଣ୍ଡିସ(ହେପାଟାଇଟିିସ୍‌-ବି)ରେ ଗୁରୁତର ଆକ୍ରାନ୍ତ ବୋଲି କହିଛନ୍ତି ଆଳି ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ମନୋଜ ସେନାପତି। ରୋଗାକ୍ରାନ୍ତଙ୍କୁ ସାମାଜିକ ବାସନ୍ଦର କୌଣସି ବି କାରଣ ନାହିଁ ବୋଲି କହିଛନ୍ତି ଡା.ସେନାପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe