ଟ୍ରେନ୍‌ରେ କଟି ଯବାନ୍‌ଙ୍କ ମୃତ୍ୟୁ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

Advertisment
ଟ୍ରେନ୍‌ରେ କଟି ଯବାନ୍‌ଙ୍କ ମୃତ୍ୟୁ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

ବଡ଼ସାହି/ଡୁକୁରା: ବଡ଼ସାହି ଥାନା ଅନ୍ତର୍ଗତ ଖାନୁଆ ଗ୍ରାମର ଚନ୍ଦ୍ରକାନ୍ତ ଶେଜପଡ଼ା(୩୪) ଭାରତୀୟ ପ୍ରତିରକ୍ଷା ବିଭାଗରେ ଯବାନ ଭାବେ ରାଜସ୍ଥାନରେ ଚାକିରି କରୁଥିଲା ବେଳେ ଗତ ୯ ତାରିଖ ଦିନ ଭଉଣୀ ବାହାଘର ସାରି କାର୍ଯ୍ୟକ୍ଷେତ୍ରକୁ ଫେରୁଥିଲେ। ତେବେ ହରିଆଣା ନିକଟରେ ରେଳ ଧାରଡ଼ା କଡ଼ରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ରେଳବାଇ ପୁଲିସ।

ଏ ନେଇ ମୃତକଙ୍କ ପରିବାରକୁ ଖବର ଦେଇଥିଲା ପ୍ରତିରକ୍ଷା ବିଭାଗ। ଆଜି ବିଭାଗୀୟ ଅଧିକାରୀ ଓ ସାଥୀ ଯବାନ ତାଙ୍କ ମରଶରୀର ଧରି ଖାନୁଆ ଗାଁରେ ପହଞ୍ଚିଥିଲେ। ସେଠାରେ ତାଙ୍କ ଶେଷ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଶହଶହ ଲୋକ ରୁଣ୍ଡ ହୋଇଥିଲେ। ଖାନୁଆ ସରପଞ୍ଚ ଜିତେନ୍ଦ୍ର ସିଂ, ଜିଲ୍ଲା ପରିଷଦ ସଦସ୍ୟ ଦଶରଥ ସିଂ, ବରିଷ୍ଠ ବିଜେଡି ନେତା ଦେବାଶିଷ ମାର୍ଣ୍ଡି, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ପ୍ରତିନିଧି ପ୍ରମୋଦ ସାହୁ, ଛାତ୍ରନେତା ବାଜି ସିଂ ପ୍ରମୁଖ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବେତନଟୀ ଏସ୍‌ଡିପିଓ ସୁଦର୍ଶନ ଦାଶ, ବଡ଼ସାହି ଥାନା ଅଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe