ନୂଆଦିଲ୍ଲୀ : ଆଜି ରାଜ୍ୟସଭାର ଶୂନ୍ୟକାଳରେ ସମାଜବାଦୀ ପାର୍ଟୀ ସାଂସଦ ଜାବେଦ୍ ଅଲ୍ଲିଖାନ୍ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟରେ ଲାଗୁ କରାଯାଇଥିବା ମହାପ୍ରୟାଣ ଯୋଜନା ପାଇଁ ପ୍ରଶଂସା କରିଥିଲେ। ହସ୍ପିଟାଲ ମାନଙ୍କ ଦ୍ବାରା ମୃତକ ମାନଙ୍କ ଶବକୁ ସେମାନଙ୍କର ଘରେ ନେଇ ପହଞ୍ଚାଇବାର କୌଣସି ଉଚିତ୍ ଯୋଜନା କରାଯାଉନଥିବା ବେଳେ ଓଡ଼ିଶା ସରକାରଙ୍କ ଦ୍ବାରା ମୃତକଙ୍କ ଶବକୁ ଘର ପର୍ଯ୍ୟନ୍ତ ପହଞ୍ଚାଇବାର ମହାପ୍ରୟାଣ ଯୋଜନାକୁ ସାଂସଦ ଜାବେଦ୍ ପ୍ରଶଂସା କରିଥିଲେ। ସେ କହିଥିଲେ ସ୍ବାସ୍ଥ୍ୟ ସେବାରେ ସୁଧାର ଓ ସମ୍ପ୍ରସାରଣ ହେଉଥିବା ବେଳେ ଗରିବ ଲୋକମାନେ କୌଣସି ମତେ ଚିକିତ୍ସା ପାଇଁ ହସ୍ପିଟାଲ ପହଞ୍ଚି ପାରୁଛନ୍ତି। କିନ୍ତୁ ସେମାନଙ୍କ ମୃତ୍ୟୁ ହେବା ସ୍ଥିତିରେ ସେମାନଙ୍କର ଶବକୁ ଘର ପର୍ଯ୍ୟନ୍ତ ପହଞ୍ଚାଇବାର କୌଣସି ଉଚିତ୍ ବ୍ୟବସ୍ଥା ନାହିଁ। ନିକଟରେ ଶବକୁ କାନ୍ଧରେ ବୋହିବା, ସାଇକେଲରେ ଲଦି ନେବା, ମୃତ ପଶୁଭଳି ବୋହି ନେବାର ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି। ଏ ସମ୍ପର୍କରେ ସେ ଓଡ଼ିଶାର ଦୁଇଟି ଉଦାହରଣ ଦେଇଥିଲେ।
ରାଜ୍ୟସଭାରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା
Advertisment
Follow Us