କାଠ କାଟିବା ମେସିନରେ ବେକ କାଟି ଆତ୍ମହତ୍ୟା କଲେ ଯବାନ

Advertisment
ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜାପୁର ଅଂଚଳରେ ମୁତୟନ ଜଣେ ସିଆରପିଏଫ ଯବାନ କାଠ କାଟିବା ମେସିନରେ ବେକ କାଟି ହୋଇ ଆତ୍ମହତ୍ୟା କରିଛନ୍ତି। ଜିଲ୍ଲାର ଜେତାଲୁର ମାର୍ଗ ଠାରେ ଅବସ୍ଥାପିତ ୧୭୦ ସିଆରପିଏଫ ବାଟାଲିୟନର ମୁତୟନ ଥିବା ଯବାନ ଅଟୋମେଟିକ ମେସିନରେ ବେକକୁ କାଟି ଆତ୍ମହତ୍ୟା କରିଥିଲେ। ତୁରନ୍ତ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୌଣସି ଏକ କାରଣକୁ ନେଇ ସିଆରପିଏଫ ଯବାନ ନିଜର ଶରୀର ବିଭିନ୍ନ ସ୍ଥାନରେ ମେସିନ ଦ୍ବାରା କାଟିବା ପରେ ବେକକୁ କାଟି ଦେଇଥିଲା। ମୃତ ସିଆରପିଏଫ କନେଷ୍ଟବର ମୋହନ ବୋଲି ଜଣାପଡିଛି। ମୋହନ ହରିୟାଣା ନିବାସୀ ବୋଲି ଜଣାପଡିଛି। ଆଜି ତାଂକର ମୃତଦେହକୁ ପୈତୃକ ଘରକୁ ପଠାଇ ଦିଆଯାଇଥିବା କୁହାଯାଇଛି। ସିଆରପିଏଫ ଡିଆଇଜିଙ୍କ କହିବା ଅନୁଯାୟୀ ଯବାନ ଗତ ଦେଢ ବର୍ଷ ହେଲା ମାନସିକ ରୋଗର ଆକ୍ରାନ୍ତ ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe