ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଯବାନ ଆହତ

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଯବାନ ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି। ପ୍ରତିଦିନ ଭଳି ଆଜି ବିଜାପୁର ଥାନା ଅନ୍ତର୍ଗତ ମନକେଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଡିଆର୍‌ଜି ଯବାନ ସର୍ଚ୍ଚ ଅପରେସନ କରୁଥିଲେ। ଅପରେସନ୍ ବେଳେ ଜଙ୍ଗଲ ଭିତରେ ନକ୍ସଲ ଲଗାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହେବା ଫଳରେ ନିଲା ଉଦ୍ଦେ ନାମକ ଜଣେ ଯବାନ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସା ହେଉଥିବା ବେଳେ ସେ ବିପଦମୁକ୍ତ ଥିବା ଡାକ୍ତର ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ଘଟଣାସ୍ଥଳରେ ଅଧିକ ସଂଖ୍ୟକ ଫୋର୍ସ ପହଞ୍ଚିବା ସହ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଏସ୍‌ପି ଦିବ୍ୟାଙ୍ଗ ପାଟିଲଙ୍କ କହିବା ଅନୁଯାୟୀ ଯବାନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe