ଅଜାଣତରେ ଲ୍ୟାଣ୍ଡମାଇନ୍‌ ଉପରେ ଚଢ଼ିଗଲେ ଯବାନ, ବିସ୍ଫୋରଣରେ ହରାଇଲେ ଗୋଡ଼

ଅଜାଣତରେ ଲ୍ୟାଣ୍ଡମାଇନ୍‌ ଉପରେ ଚଢ଼ିଗଲେ ଯବାନ, ବିସ୍ଫୋରଣରେ ହରାଇଲେ ଗୋଡ଼

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁରରେ ଶନିବାର ସକାଳୁ ନକ୍ସଲ ହିଂସା ଦେଖିବାକୁ ମିଳିଛି। ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ସିଏଏଫର ୮ମ ବାଟାଲିୟନ ନେଲସନାର ହେମଲାପାରା ଅଂଚଳରେ ସର୍ଚ୍ଚ ଅପରେସନ ପାଇଁ ବାହାରିଥିଲେ। ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଇନ୍ଦ୍ରାବତୀ ନଦୀ କୂଳରେ ଥିବା ବଙ୍ଗୋଲି ଘାଟ ନିକଟରେ ଯବାନ ଜଣକ ଭୁଲବଶତଃ ଲ୍ୟାଣ୍ଡମାଇନ୍‌ ଉପରେ ଚଢ଼ିଯାଇଥିଲେ। ଫଳରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଯବାନ ବହୁ ଦୂରକୁ ଛିଟିକି ପଡିଥିଲେ।ଫଳରେ ଯବାନଙ୍କ ଦୁଇଟି ଗୋଡ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଆହତ ଯବାନ ଜଣକ ହେଲେ ରାମନାଥ ମୌର୍ଯ୍ୟ। ଗୁରୁତର ଅବସ୍ଥାରେ ଯବାନଙ୍କୁ ତୁରନ୍ତ ହେଲିକେପ୍ଟର ଯୋଗେ ପ୍ରଥମ ନେଲସନାର ପରେ ଦନ୍ତେୱାଡା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ଏଠାରେ ମଧ୍ୟ ସ୍ଥିତି ଖରାପ ଥିବାରୁ ରାୟପୁର ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି।

publive-image

ପ୍ରକାଶ ଥାଉକି ଦୁଇ ଦିନ ତଳେ ଫଣ୍ଡୁରି ବ୍ରିଜ ନିକଟରେ ନକ୍ସଲ ଦୁଇଟି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ, ଯାହାକୁ ସୁରକ୍ଷାକର୍ମୀ ଉଦ୍ଧାର କରିଥିଲେ ଏବଂ ପରେ ନିଷ୍କ୍ରିୟ କରି ଦେଇଥିଲେ। ଯବାନଙ୍କୁ ଟାର୍ଗେଟ କରି ରାସ୍ତାରେ ନକ୍ସଲ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ଏବଂ ଛକି  ବସିଥିଲେ। ଯବାନ ସେଠାରେ ପହଞ୍ଚିବା ପରେ ନକ୍ସଲମାନେ  ବିସ୍ଫୋରଣ ଘଟାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe