ସେନାରେ କାର୍ଯ୍ୟରତ ଯବାନଙ୍କୁ ଲୁଟ, ଦୁଇ ଗିରଫ

ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

(Representational immage) )Times of India

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ବରୁଣେଇ ଛକ ଠାରେ ଶନିବାର ରାତିରେ ସେନାରେ କାର୍ଯ୍ୟରତ ଜଣେ ଯବାନଙ୍କୁ ଲୁଟ ଘଟଣାରେ ପୁଲିସ ତ୍ବରିତ ପଦକ୍ଷେପ ଗ୍ରହଣ କରି ଦୁଇଜଣ ଯୁବକଙ୍‌କୁ ଗିରଫ କରିଛି।

ଗତକାଲି ରାତିରେ ପୁରୀ ଯିବା ପାଇଁ ବ୍ରହ୍ମପୁରରୁ ବସ୍‌ ଯୋଗେ ପବିତ୍ର ପ୍ରଧାନ (୨୫) ଜଟଣୀ ରେଳ ଷ୍ଟେସନକୁ ଆସୁଥିଲେ। ରାତି ପ୍ରାୟ ୧୦ଟା ବେଳେ ଖୋର୍ଦ୍ଧା ଉପକଣ୍ଠ ବରୁଣେଇ ଛକ ଠାରେ ହୋଟେଲ୍‌ରେ ଖାଇବାକୁ ବସ୍‌ରୁ ଓହ୍ଲାଇଥିଲେ। ଏହି ସମୟରେ ଦୁଇଜଣ ଯୁବକ ମୋଟର ସାଇକଲରେ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କ ନିକଟରୁ ଗୋଟିଏ ସୁନାଚେନ୍‌, ରୁପା ବ୍ରାସ୍‌ଲେଟ୍‌, ୭ ହଜାର ଟଙ୍କା, ଏଟିଏମ୍‌ କାର୍ଡ ସହ ମନିପର୍ସ ଲୁଟି ନେଇଥିଲେ। ଏନେଇ ପବିତ୍ର ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାକୁ ଗୁରୁତର ସହ ଗ୍ରହଣ କରି ୬୨୩/୨୦୨୩ରେ ଏକ ମାମଲା ରୁଜୁ କରିବା ସହ ଆଖପାଖର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ଏଥିରେ ମୁକୁନ୍ଦ ପ୍ରସାଦର ସେକ ସୁରଜ (୨୫) ଓ ଫିରୋଜ ଖାଁ (୨୯) ସମ୍ପୃକ୍ତ ଥିବା ଜାଣିପାରିଥିଲା। ଆଜି ସକାଳେ ସେମାନଙ୍କୁ ଧରିଥିଲା।

ତେବେ ସେମାନଙ୍କ ନିକଟରୁ ୩ହଜାର ୫ଶହ ଟଙ୍କା, ମନିପର୍ସ, ରୁପା ସାମଗ୍ରୀ ଜବତ ହୋଇଥିଲେ ମଧ୍ୟ ସୁନା ଚେନ୍‌ ଆଦି ମିଳିନାହିଁ । ଏନେଇ ତଦନ୍ତ ଜାରି ରହିଛି ବୋଲି ଫାଣ୍ଡି ଅଧିକାରୀ ବାସୁଦେବ ଜୟସିଂହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe