ଉଛୁଳା ନଦୀ ପାର କରି ପ୍ରସୂତୀ ଓ ନବଜାତଙ୍କ ଜୀବନ ବଞ୍ଚାଇଲେ ଯବାନ

Advertisment
ଉଛୁଳା ନଦୀ ପାର କରି ପ୍ରସୂତୀ ଓ ନବଜାତଙ୍କ ଜୀବନ ବଞ୍ଚାଇଲେ ଯବାନ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଏକ ପ୍ରସୂତୀ ଓ ନବଜାତ ଶିଶୁର ଜୀବନ ବଞ୍ଚାଉଥିବା ଭଡିଓ ବେଶ ଭାଇରାଲ ହୋଇଛି। ଲଗାଣ ବର୍ଷାରେ ଛତିଶଗଡ଼ର ବହୁ ପାହାଡ଼ିଆ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀଗୁଡିକରେ କ୍ଷୀପ୍ର ଗତିରେ ପାଣି ପ୍ରବାହିତ ହେଉଛି। ବିଜାପୁର ଜିଲ୍ଲାର ନାମ୍ବି ନାମକ ଗ୍ରାମରେ ମାଣ୍ଡାଇ ଯୋଗୀ ନାମକ ଜଣେ ଗର୍ଭବତୀ ମହିଳା ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଗାଁ ନିକଟରେ ଥିବା ପାହାଡିଆ ନଦୀ ପାର କରି ମେଡିକାଲ ଯିବା ସମ୍ଭବ ନଥିଲା। ପରିବାର ଲୋକଙ୍କ ପାଖରେ କୌଣସି ଯୋଗାଯୋଗ କରାଯିବାର ମାଧ୍ୟମ ନଥିବା ବେଳେ କୌଣସି ପ୍ରକାର ଖବର ସ୍ଥାନୀୟ ସିଆରପିଏଫ କମ୍ପାନିକୁ ମିଳିଥିଲା।

ତେବେ ଯବାନ କିପରି ନଦୀ ପାର କରିବେ ସନେଇ ଚିନ୍ତାରେ ପଡିଥିଲେ। ଦୁଇଟି ପ୍ଲାଷ୍ଟିକ ଡ୍ରମକୁ ଏକଠି କରିବା ସହ ତା ଉପରେ ପଟା ରଖି ବନ୍ଧାଯାଇଥିାଲ। ତାପରେ ଯବାନମାନେ ମାନବ ଶୃଙ୍ଖଳା କରି ଏକ ବଡ ଦୌଡିକୁ ନଦୀର ଆର ପାରିରେ ଥିବା ଗଛରେ ବାନ୍ଧିଥିଲେ। ସେହି ଦଉଡ଼ି  ସାହାଯ୍ୟରେ ଗର୍ଭବତୀ ମହିଳାଙ୍କ ନିକଟରେ ନଦୀ ପାର କରି ଯବାନ ପହଞ୍ଚିଥିଲେ। ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଗର୍ଭବତୀ ମହିଳା ଜଣକ ନବଜାତ ଶିଶୁକୁ ଜନ୍ମ ଦେଇସାରିଥିଲେ।

ନଜଜାତ ଶିଶୁ ଏବଂ ପ୍ରସୂତୀ ମା’କୁ ଯବାନ ସେହି ଡ୍ରବ ଉପରେ ବସାଇ ବିପଦପୂର୍ଣ୍ଣ ଭାବେ ଉଛୁଳା ନଦୀ ପାର କରାଇଥିଲା। ଏହି ଦୃଶ୍ୟ କୌଣସି ସିନେମା ଠାରୁ କମ୍ ନଥିଲା। ଯବାନଙ୍କ ନଦୀ ପାର କରିବା ଏବଂ ପ୍ରସୂତୀ ମା’ଙ୍କୁ ମେଡିକାଲରେ ପହଞ୍ଚାିବା ଦୃଶ୍ୟ ଜଣେ ଯବାନ ତାଂକ ମୋବାଇଲରେ ଭିଡିଓ ଉତ୍ତୋଳନ କରି ଭାଇରାଲ କରିଥିଲେ। ଏବେ ଏହି ଭାଇରାଲ ଭିଡିଓ ଯିଏ ଦେଖିଲେ ଯବାନଙ୍କୁ ସାଲ୍ୟୁଟ ମାରୁଛି। ଜୀବନକୁ ବାଜି ଲଗାଇ ମା’ ଓ ସନ୍ତାନଙ୍କ ଜୀବନ ବଞ୍ଚାଇ ମାନବିକତା ଦେଖାଇଥିବାରୁ ପ୍ରଶଂସାର ସୁଅ ଛୁଟୁଛି। ଅନ୍ୟପଟେ ନକ୍ସଲଙ୍କର ପାଦପାଦକେ ଭୟ ରହିଥିଲେ ମଧ୍ୟ ନିଜକୁ ବିପଦରେ ପକାଇ ଦୁଇଟି ଜୀବନ ବଞ୍ଚାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe