ଲକ୍‌ଡାଉନ୍‌ ପରେ ୩ ଦିନ ଧରି ଷ୍ଟେସନରେ ଫସି ରହିଥି‌ଲେ ଯବାନ

Advertisment
ଲକ୍‌ଡାଉନ୍‌ ପରେ ୩ ଦିନ ଧରି ଷ୍ଟେସନରେ ଫସି ରହିଥି‌ଲେ ଯବାନ

ସମ୍ବଲପୁର : ଲକ୍‌ଡାଉନ୍‌ ପରେ ସମଗ୍ର ଦେଶରେ ଗାଡ଼ି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ସମୟରେ ଶହ ଶହ ଯାତ୍ରୀ ଏବେ ବି ବିଭିନ୍ନ ରେଳ ଷ୍ଟେସନ ଓ ବସ୍‌ଷ୍ଟାଣ୍ଡରେ ଫସି ରହିଛନ୍ତି। ଗୁରୁବାର ସମ୍ବଲପୁର ଫାଟକ ରେଳ ଷ୍ଟେସନରେ ଜଣେ ଯବାନ୍‌ ଫସି ରହିଯାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି।

ଉତ୍ତରକାଶୀସ୍ଥିତ ଆଇଟିବିପି ଦ୍ବାଦଶ ବାଟାଲିୟନ୍‌ର ଯବାନ୍‌ ନିରଞ୍ଜନ ବାରିକ ଏକ କୋର୍ଟ ମାମଲାକୁ ନେଇ ଗତ ୨୨ ତାରିଖରେ ସମ୍ବଲପୁରକୁ ଆସିଥିଲେ। ‌ସମ୍ବଲପୁର ସହରସ୍ଥିତ ଏକ ହୋଟେଲରେ ସେ ରହୁଥିଲେ। ମାତ୍ର ସେ ବାହାର ରାଜ୍ୟରୁ ଆସିଥିବାରୁ ୨୩ ତାରିଖରେ ତାଙ୍କୁ ବାହାରି ଯିବାକୁ ହୋଟେଲ କର୍ତ୍ତୃପକ୍ଷ କହିଥିଲେ। ୨୪ ତାରିଖରେ କୋର୍ଟ କାମ ସାରିବା ପରେ ଏବେ ଅନନ୍ୟୋପାୟ ହୋଇ ଯବାନ୍‌ ଶ୍ରୀ ବାରିକ ଏବେ ସମ୍ବଲପୁର ଫାଟକ ଷ୍ଟେସନରେ ପଡ଼ି ରହିଛନ୍ତି। ସୀମାରେ ଶତ୍ରୁଙ୍କ ସହ ମୁକାବିଲା କରିବାଠାରୁ ଏଭଳି ଅଖିଆ ଅପିଆ ପଡ଼ି ରହିବାର କଷ୍ଟ ଢେର ଅଧିକ ବୋଲି ‌ଶ୍ରୀ ବାରିକ କୋହ ଭରା କଣ୍ଠରେ କହିଥି‌ଲେ। ଅନ୍ୟୂନ ଜଣେ ଯବାନ୍‌ଙ୍କୁ ଏଭଳି ସ୍ଥିତିରେ କୌଣସି ସୁରକ୍ଷିତ ସ୍ଥାନକୁ ପଠାଇବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରୁ ବୋଲି ଶ୍ରୀ ବାରିକ ଅନୁରୋଧ କରିଥିଲେ। ପରେ ମାରୱାଡି ଯୁବାମଞ୍ଚର କର୍ମକର୍ତ୍ତାମାନେ ସେଠାରେ ପହଞ୍ଚି ଶ୍ରୀ ବାରିକଙ୍କୁ ନେଇ ଧର୍ମଶାଳାରେ ଆଶ୍ରୟ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe