Image Courtesy of NDTV
ଝାରସୁଗୁଡ଼ା: ଝାରସୁଗୁଡ଼ା ଥାନା ଅନ୍ତର୍ଗତ ଓଏସ୍ଏପି ଦ୍ବିତୀୟ ବାଟାଲିୟନ୍ କ୍ବାର୍ଟର୍ସରେ ଆଜି ଅପରାହ୍ଣରେ ଜଣେ ଯବାନ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ରତ୍ନ ବାହାଦୁର ପୌଡ଼େଲ(୪୬)। ସୂଚନା ପାଇ ଝାରସୁଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସ୍ବାସ୍ଥ୍ୟଗତ ଅସୁସ୍ଥତା କାରଣରୁ ଶ୍ରୀ ପୌଡ଼େଲ ଆତ୍ମହତ୍ୟା କରିଥିବା ନେଇ କୁହାଯାଉଥିବା ବେଳେ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୁଲିସ କହିଛି।
Follow Us