କୃତ୍ରିମ ଗୋଡ଼ରେ ନକ୍ସଲଙ୍କ ସହ ଲଢ଼ିବେ

Advertisment
କୃତ୍ରିମ ଗୋଡ଼ରେ ନକ୍ସଲଙ୍କ ସହ ଲଢ଼ିବେ

ମାଲକାନଗିରି : ଦୃଢ ମନୋବଳ ଯୋଗୁଁ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କୋବ୍ରା ବାଟାଲିୟନ ଯବାନ ରାମଦାସ। ଦୁଇ ଗୋଡ ହରାଇଥିବା ଏହି ଯବାନ ଜଣକ କୃତ୍ରିମ ଗୋଡ ଲଗାଇ ପୁଣି ନକ୍ସଲଙ୍କ ସହ ଲଢିବା ପାଇଁ ଆଗେଇ ଆସିଛନ୍ତି। ଯାହାକୁ ନେଇ ଏବେ ଛତିଶଗଡର ବସ୍ତର ଅଞ୍ଚଳରେ ଲୋକଙ୍କୁ ଚକିତ କରିଛି। ଯିଏ ବି ଏହି କଥା ଶୁଣୁଛି ଯବାନଙ୍କ ଏଭଳି ନିଷ୍ଠାକୁ ପ୍ରଶାଂସା କରି ରହିପାରୁ ନାହିଁ।

ସୂଚନାଯୋଗ୍ୟ, ରାମ ଦାସ ବସ୍ତର ଜିଲ୍ଲାର ୨୦୮ କୋବ୍ରା ବାଟାଲିୟନରେ କନେଷ୍ଟବଳ ରୂପେ କାର୍ଯ୍ୟ କରୁଥିଲେ। ୨୦୧୭ ମସିହା ନଭେମ୍ବର ୨୯ ତାରିଖ ଦିନ ବସ୍ତରର ଘଂଚ ଜଂଗଲରେ ସର୍ଚ୍ଚ ଅପରେସନ ବେଳେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ। ନକ୍ସଲଙ୍କ ଗୁଳିରେ ରାମଦାସ ଗୁରୁତର ଆହତ ହେବାରୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଂକର ଅସ୍ତ୍ରପ୍ରଚାର ହୋଇଥିଲେ ମଧ୍ୟ ସେ ସବୁଦିନ ପାଇଁ ଦୁଇଟି ଗୋଡ ହରାଇଥିଲେ। ଏହାପରେ କଟା ଯାଇଥିବା ଗୋଡ ସ୍ଥାନରେ କୃତ୍ରିମ ଗୋଡ ଲଗାଯାଇଥିଲା। ଦୀର୍ଘ ଦିନ ଧରି ଚିକିତ୍ସା ପରେ ସେ ଏବେ ସୁସ୍ଥ ହୋଇ ପୁଣି ନିଜ କାର୍ଯ୍ୟରେ ଯୋଗ ଦେବା ପାଇଁ ଅଣ୍ଟାଭିଡି ବାହାରି ପଡିଛନ୍ତି। ଯାହାକୁ ନେଇ ବସ୍ତରରେ ଚର୍ଚା ଜୋର ଧରିଛି। ଏତେ ବଡ ଘଟଣା ପରେ ସାଧାରଣରତଃ ଜଣେ ମନୋବଳ ହରାଇ ଘରେ ବସି ରହିଥାଏ। କିନ୍ତୁ ରାମ ଦାସ ନିଜକୁ ଅକ୍ଷମ ବୋଲି ନଭାବି ପୁଣି ଲଢିବେ ବୋଲି ଯିଦ୍‌ ଧରି ମଇଦାନକୁ ଓହ୍ଲାଇ ପଡିଛନ୍ତି। ତାଂକର ଏଭଳି ଦେଶପ୍ରମ ଦେଖି ଅନ୍ୟ ଯବାନ ତାଂକୁ ସାଲୁଟ ମାରିଛନ୍ତି। ଏଥିପାଇଁ ତାଂକ ପତ୍ନୀଙ୍କ ଉଦ୍ୟମ ପ୍ରଶଂସନୀୟ। କାରଣ ରାମ ଦାସଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ପତ୍ନୀ ସବୁ ପ୍ରକାର ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe