Nuapada development: ନୂଆପଡ଼ା ବିକାଶର ସାରଥୀ ହେବେ ଜୟ: ମୁଖ୍ୟମନ୍ତ୍ରୀ

ନୂଆପଡ଼ା ଉପନିର୍ବାଚନ ଜିତିବା ପରେ ଆଜି ବିଜେପି କାର୍ଯ୍ୟାଳୟରେ ନବନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଜୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଛନ୍ତି।

dagdgdvzc

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ଜିତିବା ପରେ ଆଜି ବିଜେପି କାର୍ଯ୍ୟାଳୟରେ ନବନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଜୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୪ବର୍ଷ ଧରି ଅବହେଳାର ଶିକାର ହୋଇଥିବା ନୂଆପଡ଼ାବାସୀ ଆଶା ବାନ୍ଧିଛନ୍ତି ଯେ ବିଜେପି ସରକାରରେ ସେମାନଙ୍କ ଅଞ୍ଚଳର ବିକାଶ ହେଉ। ନୂଆପଡ଼ା ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୁଁ ନିଜେ ଦାୟିତ୍ୱ ନେଇଛି। ଜୟ ଢୋଲିକିଆ ଏହି ବିକାଶର ସାରଥୀ ହେବେ। ବିଜେପି ସରକାର ଏଠାରେ ୧୪୨୧ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ଜୟ ଢୋଲକିଆଙ୍କ ନେତୃତ୍ୱରେ ନୂଆପଡ଼ା ରାଜ୍ୟର ଏକ ନମ୍ବର ଜିଲ୍ଲା ହେବ। ବିଜେପିର ସଂକଳ୍ପ ଓ ତାଙ୍କ ବାପାଙ୍କ ସ୍ୱପ୍ନକୁ ପାଥେୟ କରି ସେ ନୂଆପଡ଼ାକୁ ନୂଆ ରୂପ ଦେବେ।

ବିଜେପି କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ନୂଆପଡ଼ାରେ ବିଜୟ ବିଜେପିର ଲୋକପ୍ରିୟତାର ପ୍ରତିଫଳନ: ମନମୋହନ
ଏହା ନୂଆପଡ଼ାବାସୀଙ୍କର ବିଜୟ: ଜୟ

ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ନୂଆପଡ଼ାବାସୀଙ୍କ ଆଶୀର୍ବାଦ କାରଣରୁ ଜୟ ଢ଼ୋଲକିଆ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ନୂଆପଡ଼ାର ବିକାଶ ପାଇଁ ଜଗନ୍ନାଥ ତାଙ୍କୁ ଶକ୍ତି ଦିଅନ୍ତୁ। ସେ ପରିଶ୍ରମ କରି ନୂଆପଡ଼ାବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରନ୍ତୁ। ଓଡ଼ିଶାରେ ବିଜେପିର ଲୋକପ୍ରିୟତା ଯେଉଁଭଳି ଭାବେ ବଢ଼ିଚାଲିଛି ଏହି ଉପନିର୍ବାଚନରେ ବିପୁଳ ବିଜୟ ହେଉଛି ତାର ପ୍ରତିଫଳନ।
ସମ୍ବର୍ଦ୍ଧିିତ ହେବା ପରେ ଜୟ ଢୋଲକିଆ କହିଥିଲେ,  ନୂଆପଡ଼ାରେ ଯେଉଁ ବିଜୟ ହୋଇଛି ସେ ବିଜୟ ମୋର କେବଳ ବିଜୟ ନୁହେଁ। ଏହି ବିଜୟ ହେଉଛି ନୂଆପଡ଼ାବାସୀଙ୍କର ବିଜୟ। ବିଜେପିର ଡବଲ୍‌ ଇଞ୍ଜିନ୍ ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନୂଆପଡ଼ା ବିକାଶର ଦାୟିତ୍ବ ନେଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର, ସମସ୍ତ କାର୍ଯ୍ୟକର୍ତ୍ତାଙ୍କର ବିଜୟ। ଏହି ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ବାବୁ ସିଂହ, ରାଜ୍ୟ ଉପସଭାପତି ଯତୀନ ମହାନ୍ତି, ନୂଆପଡ଼ା ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ଓ ଜୟ ଢୋଲକିଆଙ୍କ ମା’ କଳ୍ପନା ଢୋଲକିଆ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe