ସୁସ୍ଥ ହୋଇ ଘରକୁ ଫେରିଲେ ଜୟ ନାରାୟଣ

Advertisment
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା, ନୂଆଖାଇ ପାଇଁ ୨ ଦିନ ଛୁଟି ଘୋଷଣା କଲେ ଦାବି

India TV

ସମ୍ବଲପୁର : କରୋନାରେ ପୀଡ଼ିତ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଜିଲ୍ଲା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ସେ କରୋନା ସଂକ୍ରମିତ ହୋଇ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିଲେ। ରବିବାର ତାଙ୍କୁ ଡିସ୍‌ଚାର୍ଜ କରାଯିବା ପରେ ସେ ଭୁବନେଶ୍ବରସ୍ଥିତ ବାସଭବନକୁ ଫେରିଛନ୍ତି। ତାଙ୍କ ପତ୍ନୀ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ।

ସୂଚନାଯୋଗ୍ୟ, ଜୟ ନାରାୟଣ ଗତ ଏପ୍ରିଲ୍ ୧୪ ତାରିଖରୁ ନିଜ ଦ୍ବିତୀୟ ଡୋଜ୍‌ କରୋନା ଟିକା ନେଇ ସାରିଥିଲେ। ସେହି କାରଣରୁ ସଂକ୍ରମିତ ହୋଇଥିଲେ ବି ତାହା ତାଙ୍କୁ ଅଧିକ ପ୍ରଭାବିତ କରିପାରି ନଥିଲା ବୋଲି ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe