ରାଜ୍ୟ ସରକାରଙ୍କୁ ନିନ୍ଦିଲେ ଜୟନାରାୟଣ  

Advertisment
ରାଜ୍ୟ ସରକାରଙ୍କୁ ନିନ୍ଦିଲେ ଜୟନାରାୟଣ  

OrissaPOST

ପଦ୍ମପୁର: ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଉପନିର୍ବାଚନ ପ୍ରଚାର ସରିବା ପରେ ବିଧାନସଭା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ ଛଳନାଯୁକ୍ତ କଥା ପଦ୍ମପୁରବାସୀଙ୍କୁ କହିଥିବା ସେ ଅଭିଯୋଗ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଲେ, ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଭୟ ଘୋଷଣା କରି ରାଜ୍ୟ ସରକାର ଜମି ଦେଲେ ସେହିଦିନ ରେଳ ପ୍ରକଳ୍ପର କାମ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ହେଲେ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାର କେତେ ଜମି ଅଧିଗ୍ରହଣ କରିଛନ୍ତି, ତାହା ପଦ୍ମପୁର ଲୋକଙ୍କ ଆଗରେ ଏହି କଥା ସ୍ପଷ୍ଟ ନାହାନ୍ତି।

ଯାହା ଲୋକଙ୍କୁ ନିରାଶ କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ସେ ଆହୁରି କହିଲେ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏବେ ପଦ୍ମପୁରକୁ ଜିଲ୍ଲା ଘୋଷଣା ନେଇ କୌଣସି ପ୍ରସ୍ତାବ ନାହିଁ। ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତିକୁ ୨୦୨୩ ଯାଏ ଗଡ଼ାଇ ଦେଇଛନ୍ତି। ରାଜ୍ୟ ସରକାରଙ୍କ କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି ଦରଦ ରଖିଥିଲେ କାହିଁକି ୯ ପ୍ରତିଶତ ଜିଏସ୍‌ଟି ଛାଡ଼ କରୁନାହାନ୍ତି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ ଦାସ, ସନତ ଗଡ଼ତିଆ ଓ ଅରୂପା ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe