ମୁଖ୍ୟମନ୍ତ୍ରୀଙ୍କ ଇଟାଲି ଗସ୍ତ ନେଇ ପ୍ରଶ୍ନ ଉଠାଇଲେ ଜୟନାରାୟଣ

Advertisment

ପୋପ୍‌ଙ୍କୁ ଭେଟିବା ଦ୍ୱାରା ଓଡିଶା ପ୍ରତି ସକରାତ୍ମକ ଭାବନା ସୃଷ୍ଟି ହେବ: ଶଶୀ ବେହେରା

ପୋପ୍‌ଙ୍କୁ ଭେଟିବା ଦ୍ୱାରା ଓଡିଶା ପ୍ରତି ସକରାତ୍ମକ ଭାବନା ସୃଷ୍ଟି ହେବ: ଶଶୀ ବେହେରା

ମୁଖ୍ୟମନ୍ତ୍ରୀଙ୍କ ଇଟାଲି ଗସ୍ତ ନେଇ ପ୍ରଶ୍ନ ଉଠାଇଲେ ଜୟନାରାୟଣ

ଅବୁଧାବିର ସେଖ୍‌ ଜୟେଦ ମସ୍‌ଜିଦ ପରିଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଦିନିଆ ଇଟାଲି ଗସ୍ତ ସାରି ଏବେ ଦୁବାଇରେ ଥିବାବେଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଇଟାଲି ଗସ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି।

ଶ୍ରୀ ମିଶ୍ର ପଚାରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେଉଁ ପଇସାରେ ଇଟାଲି ଗସ୍ତରେ ଯାଇଥିଲେ ?

publive-image

ଯଦି ସରକାରୀ ପଇସାରେ ଯାଇଥିଲେ, ତାହାହେଲେ କ’ଣ କରିବାକୁ ଯାଇଥିଲେ? ମୁଖ୍ୟମନ୍ତ୍ରୀ କାହିଁକି ପୋପ୍‌ଙ୍କୁ ଭେଟିଲେ? ସେ ତ କୌଣସି ନାସନାଲ୍ ଲିଡର ନୁହନ୍ତି। ସେ ଓଡ଼ିଶାରେ କେବେ ତ ଶଙ୍କରାଚାର୍ଯ୍ୟଙ୍କୁ ଭେଟିନାହାନ୍ତି।

ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଯଦି ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ରାଜ୍ୟରେ ପରିଣତ କରିବାକୁ ଚେଷ୍ଟା କରିବେ ତେବେ ବିରୋଧ କରାଯିବ। ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଯିବ। ନବୀନ ପଟ୍ଟନାୟକ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ବ୍ୟାହତ କରିବାକୁ ଚେଷ୍ଟା କଲେ ଆମେ ଦୃଢ ବିରୋଧ କରିବୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଜୟନାରାୟଣ ମୁଖ୍ୟମନ୍ତ୍ରୀଙ୍କ ଇଟାଲି ଗସ୍ତ ନେଇ ପ୍ରଶ୍ନ ଉଠାଇବା ପରେ ଏହା ଉପରେ ପ୍ରତିିକ୍ରିୟା ରଖି ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ଯେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ରାଷ୍ଟ୍ରମୁଖ୍ୟ ଅପେକ୍ଷା ପୋପ୍‌ଙ୍କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ପୋପ୍‌ଙ୍କୁ ଭେଟିବା ଦ୍ୱାରା ସାରା ବିଶ୍ବରେ ଓଡ଼ିଶା ପ୍ରତି ସକରାତ୍ମକ ଭାବନା ସୃଷ୍ଟି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe