ଗୁରୁପଦ ନନ୍ଦଙ୍କ ବିୟୋଗରେ ଜୟନ୍ତୀ ପଟ୍ଟନାୟକଙ୍କ ଶୋକ

Advertisment
ଗୁରୁପଦ ନନ୍ଦଙ୍କ ବିୟୋଗରେ ଜୟନ୍ତୀ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ବର : ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଗୁରୁପଦ ନନ୍ଦଙ୍କ ବିୟୋଗରେ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଶ୍ରୀମତୀ ପଟ୍ଟନାୟକ ଶୋକବାର୍ତ୍ତାରେ କହିଛନ୍ତି ଯେ ଶ୍ରୀ ନନ୍ଦ ଛାତ୍ର ଜୀବନରୁ କଂଗ୍ରେସ ଦଳରେ ରହି ରାଜନୀତିରେ ଯୋଗଦେଇଥିଲେ। ୧୯୭୭ରେ ରାଜ୍ୟ ଯୁବ କଂ‌ଗ୍ରେସରେ ସଭାପତି ଭାବେ କାର୍ଯ୍ୟ କରିଥିଲେ। ୧୯୮୦ରେ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସର ଜଣେ ଦୃଢ଼ ଦକ୍ଷ ସଙ୍ଗଠକ ଭାବେ କାର୍ଯ୍ୟ କରି ଦଳକୁ କ୍ଷମତାକୁ ଆଣିପାରିଥିଲେ।

କଟକ ଜିଲ୍ଲା କିଶନନଗରର ଲୋକ ହୋଇଥିଲେ ମଧ୍ୟ ରାଉରକେଲାରୁ ବିଧାୟକ ଭାବେ ନିର୍ବାଚିତ ହୋଇପାରିଥିଲେ। ରାଜ୍ୟ କଂଗ୍ରେସ ଉପ-ସଭାପତି ଓ କଟକ ଜିଲ୍ଲା କଂଗ୍ରେସ ସଭାପତି ଭାବେ କଂଗ୍ରେସକୁ ଲୋକପ୍ରିୟ କରିଥିଲେ। ସରଳ, ପରୋପକାରୀ, ନିଷ୍କପଟ ଓ ଲଢ଼ୁଆ ନେତା ଭାବେ କଂଗ୍ରେସ ଦଳରେ ସୁପରିଚିତ ଥିଲେ। ତାଙ୍କ ବିୟୋଗରେ କଂଗ୍ରେସ ଦଳର ଅପୂରଣୀୟ କ୍ଷତି ଘଟିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe