ସ୍ବର୍ଗଦ୍ବାରରେ ଜୟନ୍ତୀଙ୍କ ଶେଷକୃତ୍ୟ ସମ୍ପନ୍ନ

ମୁଖାଗ୍ନି ଦେଲେ ପୁଅ ପୃଥ୍ବୀବଲ୍ଲଭ, ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି

ସ୍ବର୍ଗଦ୍ବାରରେ ଜୟନ୍ତୀଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ : ବରିଷ୍ଠ କଂଗ୍ରେସ ନେତ୍ରୀ, ଓଡ଼ିଶାର ପ୍ରଥମ ମହିଳା ସାଂସଦ, ଜାତୀୟ ମହିଳା କମିସନର ପ୍ରଥମ ମହିଳା ଅଧ୍ୟକ୍ଷା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ଗୁରୁବାର ଦିନ ପୁରୀ ସ୍ବର୍ଗଦ୍ବାରଠାରେ ‌ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏକମାତ୍ର ପୁତ୍ର ପୃଥ୍ବୀବଲ୍ଲଭ ପଟ୍ଟନାୟକ ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ବହୁ କଂଗ୍ରେସ ନେତାଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବର୍ଗଦ୍ବାରରେ ତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପୁରୀ ସ୍ବର୍ଗଦ୍ବାରକୁ ଆସିବା ବାଟରେ ବହୁସ୍ଥାନରେ ଲୋକମାନେ ସ୍ବର୍ଗତା ପଟ୍ଟନାୟକଙ୍କୁ ‌‌ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

publive-image

ଗୁରୁବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ସ୍ବର୍ଗତା ପଟ୍ଟନାୟକଙ୍କ ମରଶରୀର ଏକ ଶୋଭାଯାତ୍ରାରେ ଆସି ସ୍ବର୍ଗଦ୍ବାରଠାରେ ପହଞ୍ଚିଥିଲା। ସେଠାରେ ପୂର୍ବରୁ ଅପେକ୍ଷା କରିଥିବା କଂଗ୍ରେସ ନେତାଙ୍କ ସହ ବହୁ ସାହିତ୍ୟିକ, ସଂଗଠକ ତାଙ୍କ ଶେଷଦର୍ଶନ କରିଥିଲେ।

publive-image

ଏହିଅବସରରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ‘ସମ୍ବାଦ’ର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ‘ସମ୍ବାଦ’ ଗ୍ରୁପ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଓ ନିର୍ଦ୍ଦେଶିକା ତଲିନା ପଟ୍ଟନାୟକ, ‘ସମ୍ବାଦ’ର ସିଓଓ ଓ ପ୍ରକାଶକ କମଳାକାନ୍ତ ମହାପାତ୍ର, ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ସତ୍ୟସ୍ମିତ ମହାନ୍ତି, ଅବନିଶ ଶର୍ମା, ପୂର୍ବତନ ବିଧାୟକ ଡ. ଦିଲୀପ ଶ୍ରୀଚନ୍ଦନ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ସାହିତ୍ୟିକ ଗୋବିନ୍ଦ ଭୂୟାଁ, ଲିଙ୍ଗରାଜ ଚୌଧୁରୀ, ମାନସ ରଂଜନ ଚୌଧୁରୀ, ଗାଳ୍ପିକ ବଦ୍ରି ମିଶ୍ର, ପୁରୀ ଓକିଲ ସଂଘର ପୂର୍ବତନ ସଭାପତି ତଥା କଂଗ୍ରେସ ନେତା ପୁଷ୍କର ମହାପାତ୍ର, ଜିଲ୍ଲା କଂଗ୍ରେସ ଉପସଭାପତି ବୀରେନ୍ଦ୍ର ଭୂଷଣ ହୋତା, କାଳୀପ୍ରସାଦ ନାୟକ, ବିଶ୍ବକେଶନ ହରିଚନ୍ଦନ ମହାପାତ୍ର, ଆଲୋକ ଦାଶ, ଆଶୁତୋଷ ମିଶ୍ର, ଶମ୍ଭୁନାଥ ଷଡ଼ଙ୍ଗୀ, ‘ସମ୍ବାଦ’ର ରାଜେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe