ମହାପ୍ରଭୁଙ୍କ ଦର୍ଶନ କ‌ଲେ ଜୟପ୍ରଦା

ମହାପ୍ରଭୁଙ୍କ ଦର୍ଶନ କ‌ଲେ ଜୟପ୍ରଦା

ପୁରୀ : ବଲିଉଡ୍‌ର ଖ୍ୟା‌ତନାମା ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟପ୍ରଦା ଗୁରୁବାର ଦିନ ପୁଅ ସମ୍ରାଟଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦର ଭିତରକାଠରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି।

ଜୟପ୍ରଦା ଗୁରୁବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ମା’ ବିମଳା, ମହାଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ। ଦର୍ଶନ ସାରି ଫେରିବା ପରେ ଜୟପ୍ରଦା କହିଛନ୍ତି, ମୁଁ ଭଗବାନଙ୍କ ନିକଟରେ ଅନେକ ଗୁହାରି ରଖିଛି। ମହାପ୍ରଭୁ ଏହି ଗୁହାରି ଶୁଣିବେ ବୋଲି ମୋର ଦୃଢ଼ ବିଶ୍ବାସ ରହିଛି। ଯିଏ ବି ଏଠାରେ ମହାପ୍ରଭୁଙ୍କ ଯାହାକିଛି ଗୁହାରି କରିଛି, ତାହା ପୂରଣ ହୋଇଛି। ଏହି ଅବସରରେ ସେ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe