ନଗଡ଼ାଠୁ କଳିଙ୍ଗନଗରର ଚିତ୍ର ଆହୁରି କଦର୍ଯ୍ୟ: ବିରୋଧୀ ଦଳ ନେତା

Advertisment

ପୁଷ୍ଟିଜାତୀୟ ଖାଦ୍ୟ ଯୋଗାଇ ନୂଆ ରୂପ ଦେଇଛନ୍ତି ଆମ ସରକାର: ଅମର ଶତପଥୀ

ପୁଷ୍ଟିଜାତୀୟ ଖାଦ୍ୟ ଯୋଗାଇ ନୂଆ ରୂପ ଦେଇଛନ୍ତି ଆମ ସରକାର: ଅମର ଶତପଥୀ

ନଗଡ଼ାଠୁ କଳିଙ୍ଗନଗରର ଚିତ୍ର ଆହୁରି କଦର୍ଯ୍ୟ: ବିରୋଧୀ ଦଳ ନେତା

ଭୁବନେଶ୍ବର: ପୁଣି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଟାର୍ଗେଟରେ ମୋ ସରକାର ଏବଂ ୫-ଟି। ଶୂନ୍ୟକାଳରେ ରାଜ୍ୟରେ ଅପପୁଷ୍ଟିଜନିତ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା କହିଛନ୍ତି, ନଗଡ଼ାଠୁ କଳିଙ୍ଗନଗରର ଚିତ୍ର ଆହୁରି କଦର୍ଯ୍ୟ ରହିଛି। କେବଳ ନଗଡ଼ା କି କଳିଙ୍ଗ ନଗର ନୁହେଁ ଓଡ଼ିଶାରେ ୧୯ ପ୍ରତିଶତ ଛୁଆ କମ ଓଜନର ଜନ୍ମ ହେଉଛନ୍ତି। ରାଜ୍ୟରେ ୩୧ ପ୍ରତିଶତ ଛୁଆ ପୁଷ୍ଟିହୀନତା ଓ ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି। ସେହିଭଳି ୬୧.୮ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି। ଏଇଟା କଣ ମୋ ସରକାର, ଏଇଟା କଣ ୫-ଟି , ଏହା କଣ ଓଡ଼ିଶାର ବିକାଶ ବୋଲି କଲେ ପ୍ରଶ୍ନ କରିଛନ୍ତି ଜୟନାରାୟଣ | ବିଭାଗୀୟ ମନ୍ତ୍ରୀ ଏ ନେଇ ଗୃହରେ ଏକ ବିବୃତ୍ତି ରଖନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା ଜୟ ନରାୟଣ ମିଶ୍ର।

publive-image kalinga tv

ଅପପୁଷ୍ଟି ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କୁ ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅମର ଶତପଥୀ। ସେ କହିଛନ୍ତି, ନଗଡ଼ା ଯାଇ ଦେଖି ଆସନ୍ତୁ ବିରୋଧୀ ଦଳ ନେତା। କଣ ପାଇଁ ରାଜ୍ୟକୁ ବଦନାମ କରୁଛନ୍ତି ନେତା? ନଗଡା ସାଙ୍ଗକୁ ସୁକିନ୍ଦାକୁ ବଦନାମ କରିବାକୁ କିଏ ଦେଲା ଅଧିକାର? ସେଠି ସରକାର କଣ ସବୁ କଲେଣି। ପୁଷ୍ଟିଜାତୀୟ ଖାଦ୍ୟ ଯୋଗାଇ ନୂଆ ରୂପ ଦେଇଛନ୍ତି ଆମ ସରକାର। ଥରେ ବୁଲି ଆସିଲେ ହୁଏତ ବୁଝିଯିବେ ସେବେକାର ନଗଡ଼ା ଓ ଏବେକାର ନଗଡ଼ା ଭିତରର ପ୍ରଭେଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe