ଯଦି କଂଗ୍ରେସ କହିବ ରାହୁଲ ଗାନ୍ଧୀ ଆଇନର ଊର୍ଦ୍ଧ୍ୱରେ, ତେବେ କିଛି କହିବାର ନାହିଁ: ଜୟନାରାୟଣ ମିଶ୍ର

କଂଗ୍ରେସ - ବିଜେପି ସମ୍ପର୍କ ନିବିଡ଼: ଅରୁଣ ସାହୁ

ଯଦି କଂଗ୍ରେସ କହିବ ରାହୁଲ ଗାନ୍ଧୀ ଆଇନର ଊର୍ଦ୍ଧ୍ୱରେ, ତେବେ କିଛି କହିବାର ନାହିଁ: ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ଆଜି ବିଧାନସଭାରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ କଳା ପୋଷାକ ପିନ୍ଧି ଗୃହରେ ପ୍ରତିବାଦ କରିଥିଲେ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ବରିଷ୍ଠ ବିଜେପି ନେତା କହିଛନ୍ତି, ଆଇନର ଊର୍ଦ୍ଧ୍ୱରେ କେହି ନୁହେଁ। ଦୁଇ ବା ଦୁଇ ବର୍ଷରୁ ଅଧିକ ସଜ୍ଜା ହେଲା, ସେଥିପାଇଁ ସଭ୍ୟ ପଦ ଗଲା। ଏହି ଆଇନ ଦ୍ୱାରା ଆମର ବି ଦେଶରେ ଅନେକ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। କଂଗ୍ରେସ ଯଦି କହିବ, ରାହୁଲ ଆଇନର ଊର୍ଦ୍ଧ୍ୱରେ, ତେବେ ଆମର କିଛି କହିବାର ନାହିଁ।
ଜୟନାରାୟଣ ମିଶ୍ର ଆହୁରି କହିଛନ୍ତି, ଗୋଟେ ବର୍ଗର ଲୋକଟେ ଭୁଲ କଲା ବୋଲି, ସମସ୍ତଙ୍କୁ ଗାଳି ଦେବା, ପଛୁଆ ବର୍ଗକୁ ଗାଳି ଦେବା, କେତେଦୂର ଯୁକ୍ତିଯୁକ୍ତ। ଗଣତନ୍ତ୍ର କଥା କହୁଛନ୍ତି ଏମର୍ଜେନ୍ସି ଲଗାଇ ସମସ୍ତଙ୍କୁ ଗିରଫ କରାଇଥିଲେ ଏହିମାନେ। ଏହା ଆଇନ ଅନୁସାରେ କାମ ହୋଇଛି। ଲୋକସଭା ସଚିବାଳୟ ଏହା କରିଛି। କଂଗ୍ରେସ ସରକାର ସମୟର ଏହି ଆଇନ। ମନମୋହନ ସିଂ ସରକାର ଏହି ଆଇନକୁ ସଂଶୋଧନ କରିବାକୁ ବିଲ ଆଣିଥିଲେ, ରାହୁଲ ଗାନ୍ଧୀ ଏହି ଅର୍ଡିନାନ୍ସକୁ ଚିରିଦେଲେ ଆଉ ଏବେ ସେଇଥିରେ ପଡ଼ିଛନ୍ତି। ଏବେ କହୁଛନ୍ତି ଗଣତନ୍ତ୍ରର ହତ୍ୟା ହେଉଛି। ଲୋକେ ବିଚାର କରିବେ।

ଏଣେ ରାହୁଲ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୁହଁ ନ ଖୋଲିବା ନେଇ ପିସିସି ସଭାପତିଙ୍କ ପ୍ରଶ୍ନକୁ ନେଇ ବିରୋଧୀ ଦଳ ନେତା କହିଛନ୍ତି, ବିଧାନସଭାରେ କଂଗ୍ରେସ ଗଣ୍ଡଗୋଳ କରିବ ଆଉ ଗୃହ ଚାରିଟା ପର୍ଯ୍ୟନ୍ତ ମୁଲତବୀ ହୋଇଯିବ? କିଏ ଏକ କିଏ ଦୁଇ ବୁଝାପଡୁନି। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ଠିକ ଭାବେ ଲଢ଼ିଥିଲେ ବିଜେପି ଜିତିଥାନ୍ତା। କିଏ ଏକ କିଏ ଦୁଇ ଲୋକ ଜାଣିଛନ୍ତି।

publive-image

ଏହି ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, କଂଗ୍ରେସ - ବିଜେପି ସମ୍ପର୍କ ନିବିଡ଼। ନିଜସ୍ୱ ଢଙ୍ଗରେ କିଏ କାହା ମତ ରଖିବ, ସେଥିରେ ସମସ୍ତଙ୍କ ଅଧିକାର ଅଛି। ହେଲେ ମାସେ ହେଲା ବିଧାନସଭାରେ ହାତ ମିଶାଇ ପ୍ରସଙ୍ଗ ଉଠାଉଛନ୍ତି କଂଗ୍ରେସ ଓ ବିଜେପି। ପରସ୍ପରକୁ ତାଳି ମାରି ଉସକାଉଛନ୍ତି। ଉଭୟଙ୍କ ଭିତରେ ନିବିଡ଼ ସମ୍ପର୍କ। ଗୃହରେ କୋଳାକୋଳି ହେଉଛନ୍ତି। ମିଳିମିଶି ବିଧାନସଭା ବନ୍ଦ କରୁଛନ୍ତି, ନିଜ ଢଙ୍ଗରେ ପ୍ରତିବାଦ କରନ୍ତୁ, ହେଲେ ଗୃହ ଚାଲିବାକୁ ଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe