ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ କରୋନା ସଂକ୍ରମିତ, ଟୁଇଟ୍ କରି ସୂଚନା ଦେଲେ

Advertisment
ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ କରୋନା ସଂକ୍ରମିତ, ଟୁଇଟ୍ କରି ସୂଚନା ଦେଲେ

କୋରାପୁଟ: ପୂର୍ବତନ ସାଂସଦ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଜୟରାମ ପାଙ୍ଗୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତାଙ୍କର କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ଶ୍ରୀ ପାଙ୍ଗୀ ଟୁଇଟ୍ କରି ଜଣାଇଛନ୍ତି, ‘ଡାକ୍ତରଙ୍କ ପରାମର୍ଶ କ୍ରମେ ମୋର କୋଭିଡ୍-୧୯ ପରୀକ୍ଷା କରିବା ପରେ ପଜିଟିଭ୍ ଚିହ୍ନଟ ହୋଇଛି ଏବଂ କୋରାପୁଟରେ ରହି ଚିକିତ୍ସିତ ହେଉଅଛି। ତେଣୁ ଗତ କିଛି ଦିନ ମଧ୍ୟରେ ମୋ ସହ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଅନୁରୋଧ ସେମାନେ ନିଜର କୋଭିଡ୍-୧୯ ପରୀକ୍ଷା କରାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସାରେ ସହଯୋଗ କରନ୍ତୁ।’

୬୫ ବର୍ଷୀୟ ପାଙ୍ଗୀ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ ଓ ପରେ ବିଜୁ ଜନତା ଦଳ ଟିକଟରେ ୨୦୦୯ ମସିହାରେ କୋରାପୁଟ ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୭ରେ ସେ ବିଜେପିରେ ଯୋଗଦାନ କରି ୨୦୧୯ରେ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନ୍ଦ୍ବନ୍ଦ୍ବିତା କରି ପରାଜିତ ହୋଇଥିଲେ।

ଏଥିପୂର୍ବରୁ ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସୂଚନା ସେ ଟୁଇଟ୍ କରି ନିଜେ ଜଣାଇଛନ୍ତି। କରୋନାର ପ୍ରାରମ୍ଭିକ ଲକ୍ଷଣ ପ୍ରକାଶ ପାଇବା ପରେ,ମୁଁ ନିଜର ପରୀକ୍ଷା କରାଇଲି ଏବଂ ରିପୋର୍ଟ ପଜିଟିଭ୍ ଆସିଲା।ମୋ ସ୍ୱାସ୍ଥ୍ୟ ଭଲ ଏବଂ ସ୍ଥିର ଅଛି ଏବଂ ମୁଁ ହୋମ୍ କ୍ୱାରେଣ୍ଟାଇନରେ ଅଛି। ମୁଁ ଅନୁରୋଧ କରୁଛି,ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ ଏବଂ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଦୟାକରି ନିଜକୁ ଅଲଗା ରଖନ୍ତୁ ଓ ନିଜର ପରୀକ୍ଷା କରାଇ ନିଅନ୍ତୁ ବୋଲି ଶ୍ରୀମତୀ ମଣ୍ଡଳ ଟୁଇଟ୍ କରିଛନ୍ତି।

ଏହାପୂର୍ବରୁ  ବରଗଡ଼ ସାଂସଦ ସୁରେଶ ପୂଜାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe