Road Accident: ଯୁବକଙ୍କ ଉପରେ ଚଢ଼ିଗଲା ଜେସିବି, ଅଜଣା ଗାଡ଼ି ଧକ୍କାରେ ନାବାଳକର ମୃତ୍ୟୁ

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଗାଡ଼ି ଧକ୍କା ଯୋଗୁଁ ୩ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜେସିବି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

accident

Three persons dead in accident in different places. Photograph: (sambad.in)

ନୀଳଗିରି/ଭାପୁର/ଚକାପାଦ: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଗାଡ଼ି ଧକ୍କା ଯୋଗୁଁ ୩ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜେସିବି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଧୀନ ୪୮ ନମ୍ବର ରାଜ୍ୟପଥରେ ଜଣେ ନାବାଳକଙ୍କର ମୃତ୍ୟୁର କାରଣ ହୋଇଛି ଅଜଣା ଗାଡ଼ି ଧକ୍କା। ଅନ୍ୟପଟରେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଚକାପାଦର ଆରାବାକା ଠାରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ନିହାର ରଂଜନ ମଲ୍ଲିକ, ରାଜା ନାୟକ (୧୪) ଓ ଜନକ କହିଁର। 

ଜେସିବି ଧକ୍କାରେ ଯୁବକ ମୃତ

ବାଲେଶ୍ବର ଜିଲ୍ଲା ଶେରଗଡ଼-ଝରଣଘାଟୀ ୧୯ ନମ୍ବର ରାଜ୍ୟ ରାଜପଥର ଗଡ଼ିଆମାଳ ଛକନିକଟରେ ରେମୁଣା ବ୍ଲକ ଔଖୁଣ୍ଟା ଗ୍ରାମର ନିହାର ରଞ୍ଜନ ମଲ୍ଲିକଙ୍କୁ ଜେସିବି ଧକ୍କା ଦେଇଛି। ସେ କୌଣସି କାର୍ଯ୍ୟରେ ସକାଳେ ଗଡ଼ିଆମାଳ ଛକକୁ ଆସିଥିବା ବେଳେ ଏକ ଜେସିବି ତାଙ୍କୁ ଧକ୍କା ଦେଇଥିଲା। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଜେସିବି ଗାଡିଟି ଘଟଣାସ୍ଥଳରୁ ଚମ୍ପଟ ମାରିଛି ଘଟଣାସ୍ଥଳରେ ଖନ୍ତାପଡ଼ା ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି।

ଗାଡ଼ି ଧକ୍କାରେ ନାବାଳକ ମୃତ

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧୀନ  ୪୮ ନମ୍ବର ରାଜ୍ୟ ରାଜପଥର ମଧ୍ୟଭାଗରେ (ବିଜିପୁର-ଫତେଗଡ଼) ଆଜି ସନ୍ଧ୍ୟାରେ ତିନି ଜଣ ନାବାଳକଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଫତେଗଡ଼ ଥାନା ରାତମା ଗାଁର ବିରଞ୍ଚି ନାୟକଙ୍କ ପୁଅ ରାଜା ନାୟକ (୧୪)ଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଅତି ଭୟଙ୍କର ଥିଲା। ତାଙ୍କର ବାମ ଗୋଡ଼ ଶରୀରରୁ ଅଲଗା ହୋଇଯାଇଛି। କାଶୀ ନାୟକଙ୍କ ପୁଅ ସତ୍ୟବାଦୀ ନାୟକ ଓ ତୋଫାନ ସାହୁଙ୍କ ରାକେଶ ସାହୁ ଆହତ ଅଛନ୍ତି। ସୂଚନା ପାଇ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି। 

ଆହୁରି ପଢ଼ନ୍ତୁ: Chintan Shivir: ଭାରତର ଘରୋଇ ଇସ୍ପାତ ଶିଳ୍ପ ଦୃଢ଼ତା ଏବଂ ବିକାଶ ମାର୍ଗରେ ଅଗ୍ରସର ହେଉଛି: କେନ୍ଦ୍ରମନ୍ତ୍ରୀ

ବାଇକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ

କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଚକାପାଦ ବ୍ଳକ ଆରାବାକା ଠାରେ ବାଇକ୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଆହତ ନେଡିଗୁଡା ଗ୍ରାମର ଜନକ କହଁରଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବାଇକ୍ ଚାଳକ ଟିକାବାଲି ତେନ୍ତୁଳିଗଡ଼ ନାୟକସାହି ଗ୍ରାମର ରଣିତ ନାୟକ ସାମାନ୍ୟ ଆହତ ହୋଇ ଟିକାବାଲି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବାଇକ୍ ଓ ସାଇକେଲ ଜବତ୍ କରିବା ସହିତ ଫୁଲବାଣୀ ଡାକ୍ତରଖାନାରେ ଶବକୁ ଜବତ୍ କରି ଶବଵ୍ୟବଛେଦ କରିଛି।  

ଆହୁରି ପଢ଼ନ୍ତୁ: Strike: ବିଡିଓଙ୍କ ବଦଳି ଦାବିରେ ସରପଞ୍ଚ ସଂଘର ଆନ୍ଦୋଳନ, ଏମିତି ଦେଲେ ଚେତାବନୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe