ଆରମ୍ଭ ହେଲା ଆଇଆଇଟି ଏବଂ ଏନଆଇଟିରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ

ଆରମ୍ଭ ହେଲା ଆଇଆଇଟି ଏବଂ ଏନଆଇଟିରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ

image source-shiksha

ଭୁବନେଶ୍ୱର: ଆଇଆଇଟି ଏବଂ ଏନଆଇଟିରେ ନାମଲେଖା ପାଇଁ ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ ସକାଳ ୯ଟାରୁ ଆରମ୍ଭ ହୋଇଛି। ଓଡ଼ିଶାରେ ଛାତ୍ରଛାତ୍ରୀମାନେ ୧୮ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି, ଯେଉଁଥିରୁ ନଅଟି ଭୁବନେଶ୍ୱରରେ ଅଛନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ବର ସମେତ ଦେଶର ୨୩ଟି ଆଇଆଇଟିରେ ନାମଲେଖା ଲାଗି ରବିବାର ଜେଇଇ ଆଡଭାନ୍ସଡ୍‌ ଅନୁଷ୍ଠିତ ହେଉଛି। ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ଏହି ପ୍ର‌ବେଶିକା ପରୀକ୍ଷା ଲାଗି ଦେଶର ୧ ଲକ୍ଷ ୬୦ ହଜାର ୮୬୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ପରୀକ୍ଷା ଲାଗି ଦେଶର ୨୨୨ଟି ସହରରେ ୧୧୫୦ କେନ୍ଦ୍ର ହୋଇଛି। ଓଡ଼ିଶାର ୫ଟି ସହର ଯଥା ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଯେଉଁଥିରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଦେଉଛନ୍ତି।
୩ ଘଣ୍ଟା ଲେଖାଏଁ ଦୁଇଟି ପେପର୍‌ ପରୀକ୍ଷା ଅନୁଷ୍ଠିତ ହେଉଛି। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପେପର୍‌-୧ ଓ ଅପରାହ୍‌ଣ ସାଢ଼େ ୨ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ପେପର-୨ ପରୀକ୍ଷା କରାଯିବ। ଏହି ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର୍‌ ବେସ୍‌ଡ ଟେଷ୍ଟ(ସିବିଟି) ମୋଡ୍‌ରେ ଅନୁଷ୍ଠିତ ହେଉଥିବାରୁ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରଯାଉଥିବା କୁହାଯାଇଛି।
ଅକ୍ଟୋବର ୫ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଅକ୍ଟୋବର ୬ରୁ ସିଟ୍‌ ଆଲଟ୍‌ମେଣ୍ଟ ହେବ ଏବଂ ନଭେମ୍ବର ୯ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବ। ଆର୍କିଟେକ୍‌ଚର ଆପ୍ଟିଚ୍ୟୁଡ୍‌ ଟେଷ୍ଟ(ଏଏଟି) ଅକ୍ଟୋବର ୮ରେ ହେବାକୁ ଥିବା ବେଳେ ୧୧ତାରିଖରେ ଫଳ ପ୍ରକାଶ କରାଯିବ। ଜେଇଇ ଆଡଭାନ୍ସଡ୍‌ର ଯୋଗ୍ୟ ଛାତ୍ରଛାତ୍ରୀ ୨୩ଟି ଆଇଆଇଟିରେ ଥିବା ୪ ବର୍ଷିଆ ବି.ଟେକ୍‌ ଓ ବି.ଏସ୍‌ସି, ୫ ବର୍ଷିଆ ବି.ଆର୍କିଟେକ୍‌, ଡୁଆଲ୍‌ ଡିଗ୍ରି ବି.ଟେକ୍‌-ଏମ୍‌.ଟେକ୍‌, ଡୁଆଲ୍‌ ଡିଗ୍ରି ବି.ଏସ୍‌ସି-ଏମ୍‌.ଏସ୍‌ସି ପାଠ୍ୟକ୍ରମ‌ରେ ନାମ ଲେଖାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe