ମେ ୨୦ରେ ଜେଇଇ ଆଡ୍‌ଭାନ୍ସଡ୍‌ ପରୀକ୍ଷା

Advertisment

୨ରୁ ଆବେଦନ ଆରମ୍ଭ, ୭ରେ ଶେଷ

୨ରୁ ଆବେଦନ ଆରମ୍ଭ, ୭ରେ ଶେଷ

ମେ ୨୦ରେ ଜେଇଇ ଆଡ୍‌ଭାନ୍ସଡ୍‌ ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ମେ’୨୦ରେ ଅନୁଷ୍ଠିତ ହେବ ଜେଇଇ ଆଡ୍‌ଭାନ୍ସଡ୍‌ ପରୀକ୍ଷା। ମେ’ ୨ ତାରିଖ ଦିନ ୧୦ଟାରୁ ଆବେଦନ ଆରମ୍ଭ ହୋଇ ୭ ତାରିଖ ଅପରାହ୍ଣ ୫ଟାରେ ଶେଷ ହେବ।

ପରୀକ୍ଷା ୨ଟି ସିଟିଂରେ ହେବ। ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ସରିବ। ସେହିପରି ଦ୍ଵିତୀୟ ସିଟିଂ ପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ୫ଟାରେ ଶେଷ ହେବ। ଚଳିତ ବର୍ଷ ଜେଇଇ ଆଡ୍‌ଭାନ୍ସଡ୍‌ ପରୀକ୍ଷା ପାଇଁ ଅଧିକ ୪ହଜାର ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ। ଯାହା ଫଳରେ ଜେଇଇ ଆଡ୍‌ଭାନ୍ସଡ୍‌ରେ ଜେଇଇ ମେନ୍‌ର ଶ୍ରେଷ୍ଠ ୨ଲକ୍ଷ ୨୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ। ଆଇଆଇଟି କାନପୁର ପରୀକ୍ଷା ପରିଚାଳନା କରୁଥିବା ବେଳେ ୨୨ଟି ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଓ ଧାନବାଦସ୍ଥିତ ଇଣ୍ଡିଆନ୍‌ ସ୍କୁଲ୍‌ ଅଫ୍‌ ମାଇନ୍ସ (ଆଇଏସ୍‌ଏମ୍‌)ରେ ମଧ୍ୟ ନାମ ଲେଖାର ସୁଯୋଗ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe