ଆଜି ଜେଇଇ ଆଡଭାନ୍ସଡ୍‌ : ୪ଟି ସହରରେ ପରୀକ୍ଷା କେନ୍ଦ୍ର, ପରୀକ୍ଷା ଦେବେ ୩୨୬୧ ଛାତ୍ରଛାତ୍ରୀ

Advertisment
ଜେଇଇ ଆଡ଼ଭାନ୍ସଡ ଅଗଷ୍ଟ ୨୩ରେ

NewsX

ଭୁବନେଶ୍ବର : ଆଇଆଇଟିଗୁଡ଼ିକରେ ନାମଲେଖା ଲାଗି ସୋମବାର ଜେଇଇ ଆଡଭାନ୍ସଡ୍‌ ଅନୁଷ୍ଠିତ ହେବ। ଦେଶରେ ୧ଲକ୍ଷ ୭୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ନାମ ପଞ୍ଜୀକରଣ କରିଛନ୍ତି। ଏଥର ଓଡ଼ିଶାରୁ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୩୨୬୧ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।

ଜେଇଇ ଆଡଭାନ୍ସଡ୍‌ର ଦୁଇଟି ପେପର୍‌ ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ପେପର-୧ ଓ ଅପରାହ୍ନ ୨ଟାରୁ ୪ଟା ଯାଏ ପେପର୍‌-୨ ପରୀକ୍ଷା କରାଯିବ। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ଗୋଟିଏ ଘଣ୍ଟା ଅଧିକ ସମୟ ଦିଆଯିବ। କମ୍ପ୍ୟୁଟର ‌ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷା ଲାଗି ଓଡ଼ିଶାର ଭୁବନେଶ୍ବର ସମେତ ବ୍ରହ୍ମପୁର, କଟକ ଓ ରାଉରକେଲା ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ପରୀକ୍ଷାର ସୁପରିଚାଳନା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି।

ପରୀକ୍ଷା କେନ୍ଦ୍ର ଭିତରକୁ କଲମ, ପେନ୍‌ସିଲ୍‌, ଆଡମିଟ୍‌ କାର୍ଡ ଓ ଫଟୋ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ବୈଦ୍ୟୁତିକ ସାମଗ୍ରୀ ଯଥା ମୋବାଇଲ୍‌ ଫୋନ୍‌, ସ୍ମାର୍ଟ ଫୋନ୍‌, କାଲ୍‌କ୍ୟୁଲେଟର, ଆଇପ୍ୟାଡ୍‌, ଟ୍ୟାବ, ଡିଜିଟାଲ ଘଣ୍ଟା ଆଦି ବାରଣ ହୋଇଛି। ଏଥିସହ ରିଙ୍ଗ୍‌, ‌ବ୍ର‌େସ୍‌ଲେଟ୍, କାନଫୁଲ୍‌, ବଡ଼ ବଟମ୍‌ ଥିବା ଡ୍ରେସ୍‌ ପିନ୍ଧିବା ଉପରେ ବି କଟକଣା ଜାରି ହୋଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିବାକୁ ପରୀକ୍ଷାର୍ଥୀଙ୍କୁ କୁହାଯାଇଛି। ପରୀକ୍ଷା ସରିବା ପୂର୍ବରୁ କୌଣସି ବି ପରୀକ୍ଷାର୍ଥୀ ବାହାରକୁ ଆସିପାରିବେ ନାହିଁ। ଜୁନ୍‌ ୧୪ ତାରିଖ ପୂର୍ବାହ୍ନ ୧୦ଟାରେ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ କରାଯିବ। ଅନ୍‌ଲାଇନ୍‌ ପୋର୍ଟାଲ୍‌ରେ ରୢାଙ୍କ କାର୍ଡ ପ୍ରକାଶ କରାଯିବ। କୌଣସି ପରୀକ୍ଷାର୍ଥୀଙ୍କୁ ବ୍ୟକ୍ତିଗତ ଭାବେ ରୢାଙ୍କ କାର୍ଡ ପଠାଯିବ ନାହିଁ।

ସୂଚନାଯୋଗ୍ୟ ଯେ, ଜେଇଇ ଆଡଭାନ୍ସଡ୍‌ ନାମଲେଖା ଲାଗି ମେ’ ୩ରୁ ୯ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ତେବେ ବାତ୍ୟା ‘ଫନି’ ଯୋଗୁଁ ଓଡ଼ିଶାର ବହୁ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣରୁ ବଞ୍ଚିତ ହୋଇଥିଲେ। ତାହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଲାଗି ମେ’ ୧୪ ପର୍ଯ୍ୟନ୍ତ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe